ପଣ୍ଡିତ ନାରାୟଣ ଚନ୍ଦ୍ର ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ପଣ୍ଡିତ ନାରାୟଣ ଚନ୍ଦ୍ର ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଅବିନାଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ହରି ନାରାୟଣ ମହାନ୍ତି ଯୋଗ ଦେଇ ଶ୍ରୀ ପଣ୍ଡା ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ରବତ୍ସଳ ପଣ୍ଡିତ ଥିଲେ । ୧୯୮୮ ମସିହା ଠାରୁ ଦୀର୍ଘ ୩୫ ବର୍ଷ ଧରି ସେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ବହୁ ମେଧାବୀ ଛାତ୍ର ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାତ୍ର ସରକାରୀ ନିୟମ ଅନୁଯାୟୀ ଅଗଷ୍ଟ ୩୧ରେ ସେ ଚାକିରୀ ଜୀବନରୁ ଅବସର ନେଇଛନ୍ତି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତ, କର୍ମଚାରୀ ପରୀକ୍ଷିତ ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ବିଦାୟୀ ପଣ୍ଡିତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲ ।


