କବିତା ଓ ସାହିତ୍ୟ ସମାଜକୁ ପ୍ରଭାବିତ କରିଥାଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଗୀତାଞ୍ଜଳି ଅଡିଟରିଅମଠାରେ ପ୍ରସିଦ୍ଧ ଲାପ୍ରସ୍କୋପିକ୍ ସର୍ଜନ ଡ. ସଜାଲେନ୍ଦୁ ମାଲକାରଙ୍କ ପୌରହିତ୍ୟ ଓ ପରିମଲ ମାଲକାର, ଅସୀମ ମାଲକାରଙ୍କ ସଂଯୋଜନାରେ ବେଙ୍ଗଲ ଓ ଓଡ଼ିଶାର ସୁନାମଧନ୍ୟ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଓ ବେଙ୍ଗଲର କବିମାନଙ୍କ ଦ୍ୱାରା ଉଚ୍ଚକୋଟୀର କବିତା ପରିବେଷଣ କରାଯାଇଥିଲା । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସମାଜସେବୀ ତଥା ଗୀତାଞ୍ଜଳିର ସଂପାଦକ ତପନ କୁମାର ରାହା ଓ ସମାଜସେବିକା ସୁଜାତା ରାହାଙ୍କୁ ସମ୍ମାନିତ କରାଯାଇଥିଲା ।


