ଛତ୍ରପୁର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଭେଟି ଅବଗତ କରାଇଛନ୍ତି । ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସମସ୍ୟା, ଆବାସ ଗୃହ ଯୋଗାଇବା, ରାସନ କାର୍ଡ ଭଳି ବିଭିନ୍ନ ସାମୁହିକ ଅଭିଯୋଗ ଗୁଡିକ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉପସ୍ଥିତ ରହି ଆଜି ୨୨୯ ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରୁ ୨୨୧ଟି ବ୍ୟକ୍ତିଗତ ହୋଇଥିବା ବେଳେ ୮ ଟି ସାମୁହିକ ଅଭିଯୋଗ ରହିଛି । କେତେକ ଅଭିଯୋଗ ଗୁଡିକର ଆଶୁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧ଲକ୍ଷ ୫ହଜାର ଟଙ୍କା ବିଭିନ୍ନ ୪ଜଣ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ , ଗଞ୍ଜାମ ଏସପି ଜଗମୋହନ ମୀନା ଡୁଡା ପିଡି ନୀଳମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ପଟ୍ଟନାୟକ, ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଆୟୁଷି ପତି , ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବିନ୍‌, , ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ପ୍ରଫୁଲ କୁମାର ଗୈାଡ, ଗ୍ରୀଭେନ୍ସ ଅଧିକାରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ