ଗୁରୁ ପୂଜନ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଅବସରରେ ସର୍ବତ୍ର ଗୁରୁଦିବସ ପାଳନ ହୋଇଥିବା ଵେଳେ ତୁଳସିପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ଆନନ୍ଦ ଉଲ୍ଲାସର ସହିତ ଏହି ଉତ୍ସବ ପାଳନ ହୋଇଛି। ସ୍ଵର୍ଗତ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟରେ ବିଦ୍ୟାଳୟ ରେଏକ ସଭା ଅନୁଷ୍ଠିତ ସୋଇଥିଲା। ସେହିପରି ଭଞ୍ଜନଗର ସହର ର ବଚପନ ପ୍ଲେ ସ୍କୁଲ ର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ରାଧାକ୍ରିଷ୍ଣନଙ୍କ ଙ୍କ ଜୀବନୀ ଉପରେ ଵକ୍ତଵ୍ୟ ରଖିଥିଲେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ଉପହାର ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବାଉଁଶ ଲୁଣ୍ଡି ଗ୍ରାମର ଅଗ୍ରଣୀ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ ରେ ମଧ୍ୟ ହର୍ଷ ଉଲ୍କାସର ସହ ଗୁରୁ ଦିବସ ପାଳନ ହୋଇଥିଲା,ବିଦ୍ୟାଳୟ ର ଛାତ୍ରୀ ପ୍ରତିକ୍ଷ୍ୟ। ମହାପାତ୍ର ଓ ଅନୁଷିକା ବିଷୋୟୀ ଙ୍କ ଚିତା କର୍ଷକ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା।ବିଶିଷ୍ଟ ସମାଜସେବୀ ତଥା ଦିବ୍ୟ ଶକ୍ତି ବିଦ୍ୟାଳୟ ର ପ୍ରତିଷ୍ଠାତା ସନ୍ତୋଷ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଗୁରୁଦିବସ ପାଳନ ହୋଇଥିଲା,ଅତିଥି ମାନଙ୍କ ଅଭିଭାଷଣ ପରେ ଛାଦ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ