ବକେୟା ଟଙ୍କା ମାଗିବାରୁ ଟେଣ୍ଟ ମାଲିକଙ୍କୁ ସଂଘବଧ ଭାବେ ଆକ୍ରମଣ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବସ ଷ୍ଟାଣ୍ଡ ନିକଟବର୍ତ୍ତି ଡେଲି ମାର୍କେଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ମି ସମୟରେ ମନ୍ଦିର କମିଟି କର୍ମକର୍ତ୍ତା ମାନଙ୍କୁ ଟେଣ୍ଟ ବାବଦ ବକେୟା ଟଙ୍କା ମାଗିବାରୁ ଟେଣ୍ଟ ମାଲିକ ଙ୍କ ସମେତ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି ।ଏହି ଆକ୍ରମଣରେ ଟେଣ୍ଟମାଲିକ ଯୋଶୀ ରାଉତ ଙ୍କ ମୁଣ୍ଡ ଫାଟି ଥିବା ବେଳେ ଦିପୁ ଘୋଷ ଓ ମୃତ୍ୟୁଞ୍ଜୟ ରାଉତ ଆହତ ହୋଇଛନ୍ତି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ପୂର୍ବେ ଡେଲି ମାର୍କେଟ ରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ର ପ୍ରତିଷ୍ଠା ଉତ୍ସବ କରାଯାଇଥିଲା ।ମନ୍ଦିର ଉତ୍ସବ ରେ ଟେଣ୍ଟ ମାରିବା ପାଇଁ ମନ୍ଦିର କମିଟି ପକ୍ଷରୁ ଯୋଶୀ ରାଉତ ଙ୍କ ସହିତ ଏକ ଲକ୍ଷ ଟଙ୍କା ଦିଆ ଯିବାର ବୁଝାମଣା ହୋଇ ଥିଲା ।ମନ୍ଦିର ପ୍ରତିଷ୍ଠା ଉତ୍ସବ ସରିବା ପରେ ତାଙ୍କୁ ଟଙ୍କା ଦେବାରେ ବିଳମ୍ବ କରି ଚାଲି ଥିଲେ ।ମଙ୍ଗଳବାର ଉକ୍ତ ବକେୟା ଟଙ୍କା ମାଗିବା ପାଇଁ ଯୋଶୀ ରାଉତ ମନ୍ଦିର କମିଟି କର୍ମ କର୍ତ୍ତାଙ୍କ ପାଖକୁ ଯାଇ ଥିବା ବେଳେ ତାଙ୍କୁ ସଙ୍ଘବଦ୍ଧ ଭାବେ ୫ରୁ ଉର୍ଦ୍ଧ୍ବ ଯୁବକ ମାନେ ଲୁହା ରୋଡ ରେ ମାଡ଼ ମାରି ମରଣାନ୍ତକ ଆକ୍ରମଣ କରିଥିଲେ ।ସେହି ସମୟରେ ତାଙ୍କ ଭାଇ ମୃତ୍ୟୁଞ୍ଜୟ ରାଉତ ଓ ଦିପୁ ଘୋଷ ଆସି ବୁଝ। ସୁଝ। କରିବା ବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା ।ଏହି ଆକ୍ରମଣରେ ଦିପୁ ଘୋଷ ଙ୍କ ମୁଣ୍ଡ ଫାଟି ଯାଇଛି ।ତାଙ୍କୁ ଚିକିତ୍ସା ପାଇଁ ଯୋଡା ଟାଟା ଷ୍ଟିଲ ଡାକ୍ତର ଖାନ। ରେ ଭର୍ତ୍ତି କରାଯାଇଛି ।ଯୋଡା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ