ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାବିଂଶ ପୂଣ୍ୟତିଥି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଠାରେ ଗଢି ଉଠିଥିବା ଲାୟନ ଦୟାନନ୍ଦ ସେବାଶ୍ରମରେ ସ୍ୱାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଏବଂ ଆର୍ଯ୍ୟସମାଜର ଜିଲ୍ଲା ସ୍ତରୀୟ ରକ୍ଷା ବନ୍ଧନ ଠାରୁ ୭ଦିନ ଧରି ଚାଲିଥିବା ଉତ୍ସବର ସମାପନ ହୋଇଯାଇଛି । ସେବାଶ୍ରମର ମୁଖ୍ୟ ମଦନମୋହନ ଆର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବେଦଦ୍ୱନୀ, ହୋମଯଜ୍ଞ ମଧ୍ୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ମୃତି ସଭାରେ ସମାଜସେବୀ ଇଂ ମୂରଲୀଧର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଦୀପ ଦାଶ, ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ର, ସୁରେନ୍ଦ୍ର ମୋହନ ମିଶ୍ର, ନିମାଇଁ ଚରଣ ଜେନା, ଶଶିଭୂଷନ ନାୟକ, ବିଜୟ କୁମାର ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ବିଜୟଲକ୍ଷ୍ମୀ ସ୍ୱାଇଁ, ନିତ୍ୟାନନ୍ଦ ସାହୁ, ଦୀପକ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଆଶ୍ରମର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ