ମୋବାଇଲ ଟାୱାର ବ୍ୟାଟେରୀ ଚୋରି ଘଟଣାର ୩ ଅଭିଯୁକ୍ତ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ଟାଉନ ଥାନା ଅଧୀନ ମଲ୍ଲିକାସପୁର ଠାରେ ବି.ଏସ.ଏନ.ଏଲ ଟାୱାର ରୁ ବ୍ୟାଟେରୀ ଚୋରି ଘଟଣାର ଟାଉନଥାନା ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ସେମାନଙ୍କ ଠାରୁ ୨୪ ଟି ଚୋରି ବ୍ୟାଟେରୀ ଜବତ କରିବା ସହ ଓ.ଆର.୦୨.ଏ ଜି ୨୨୯୯ ନମ୍ବର ବିଶିଷ୍ଟ ଏକ ସଫାରୀ କାର,ଦୁଇଟି ମୋବାଇଲ ଫୋନକୁ ପୋଲିସ ଜବତ କରିଛି।
ସୂଚନା ଥାଉକି, ଗତ ୨୯/୦୮/୨୦୨୩ ରିଖ ମଲ୍ଲିକାସପୁର ସ୍ଥିତ ବି.ଏସ.ଏନ.ଏଲ ଟାୱାର ରୁ ବ୍ୟାଟେରୀ ଚୋରି ଘଟଣା ନେଇ ଟାଉନ ଥାନାରେ ସି.ଏମ.ଟି.ସି ଇଞ୍ଜିନିୟର ଶ୍ରୀକାନ୍ତ ଦତ୍ତ ଅଭିଯୋଗ କରିଥିଲେ। ଏ ନେଇ ଟାଉନ ଥାନାରେ ୨୨୩/୨୩ ମୂଳେ ମାମଲା ରୁଜୁ ହୋଇଥିଲା।ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ବ୍ୟାଟେରୀ ଜବତ କରିଛି।ଚୋରି ବ୍ୟାଟେରୀ ର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବ୍ୟାଟେରୀ ଚୋର ଥିବା ବେଳେ ଅନ୍ୟ ଜଣେ ଚୋରା ବ୍ୟାଟେରୀ କିଣିଥିବା ଅଭିଯୋଗ ରହିଛି।ଏହି ଚୋରି ଘଟଣାର ମୋଟ ୬ ଜଣ ଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସିଟି ଡିଏସପି ଗାୟତ୍ରୀ ପ୍ରଧାନ,ଟାଉନ ଥାନା ଆଇଆଇସି ବାରେଣି ଦାସ ସୂଚନା ଦେଇଛନ୍ତି।