ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧ ବାର୍ଷିକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଲକ୍ଷ୍ମୀଧର ନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଆଜି ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌତମ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ପ୍ରୀତିକାନ୍ତ ରାଉତ, ଶିକ୍ଷାବିତ ନବକିଶୋର ପରିଡା, ରାମଚନ୍ଦ୍ର ମହାନ୍ତି, ଘନଶ୍ୟାମ ପରିଡା, ବଟକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇ ଅଞ୍ଚଳରେ ଶିକ୍ଷାର ବିକାଶ ପ୍ରତି ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଖବରଦାତା ରାଜେନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମହାନ୍ତି, ଯଦୁମଣି ଦାସ, ନୀଳମଣି ନାୟକ, ଶିକ୍ଷକ ବାବାଜୀ ଚରଣ ମଲ୍ଲିକ, ପ୍ରଦୀପ୍ତ ସାମଲ ପ୍ରମୁଖ ଯୋଗଦେଇ ସ୍ବର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମକୁ ବିକାଶ ଦାସ, ଧରଣୀଧର ଦାସ, ହରେକୃଷ୍ଣ ଦ୍ବିବେଦୀ, କରୁଣାକର ନାୟକ, ବ୍ରଜ କିଶୋର ଓଝା ପ୍ରମୁଖ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ବେହୁରିଆ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ