ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବରିଷ୍ଠ ସହାୟକଙ୍କୁ ମିଳିବ ପୂର୍ଣ୍ଣ ଦରମା
ବ୍ରହ୍ମପୁର , (ଦିପ୍ତି) : ଦକ୍ଷିଣ ଓଡିଶାର ଶିକ୍ଷାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ପଦୋନ୍ନତି ପାଇଁ କାର୍ୟ୍ୟ କରୁଥିବା ବରିଷ୍ଠ କର୍ମଚାରୀଙ୍କ ଦରମା ସଂପର୍କିତ ନୋଟିଫିକେସନକୁ ମାନ୍ୟବର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ହାଇକୋର୍ଟ ତାଙ୍କର ୨୮ ପୃଷ୍ଠାର ସମ୍ବଳିତ ରାୟରେ ଦର୍ଶାଇଛନ୍ତି ଯେ , ଆବେଦନକାରୀଙ୍କୁ ଦଶରୁ ବାର ବଷର୍ର ବେତନ ହ୍ରାସ ସଂଶୋଧନ ପୁଣିଥରେ ନିର୍ଦ୍ଧାରଣ କରିବା ପାଇଁ ହାଇକୋର୍ଟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏ ସମ୍ପର୍କରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ଗଣେଶ ଚନ୍ଦ୍ର ବେହେରା ଓ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ଭିନ୍ନ ଭିନ୍ନ ମାମଲାର ଶୁଣାଣୀ ହୋଇଥିଲା । ସୁଚନାନୁସାରେ , ଆବେଦନକାରୀମାନେ ପ୍ରଥମେ କନିଷ୍ଠ କର୍ମଚାରୀ ଭାବେ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ୟ୍ୟ ସମ୍ପାଦନ କରି ଆସୁଥିଲେ । କିନ୍ତୁ ୧୯୯୮ ମସିହା ଡିସେମ୍ବର ୨୨ରେ ସେମାନଙ୍କୁ ବରିଷ୍ଠ ସହାୟକ ଭାବେ ନିଯୁ୍କ୍ତି ମିଳିବା ସହ ୨୦୦୧ ମସିହା ଜୁଲାଇ ୧ ତାରିଖରେ ୧୦୪ ଜଣ ବରିଷ୍ଠ ସହାୟକଙ୍କୁ ନେଇ ଏକ ତାଲିକା ପ୍ରକାଶ ପାଇଥିଲା । ଉକ୍ତ ତାଲିକାରେ ସେମାନଙ୍କର ଉଚ୍ଚ ବେତନ ହାର ସହ ସଂଶୋଧନ ତାଲିକାରେ ଦରମା ମଧ୍ୟ ନିର୍ଦ୍ାରଣ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟର କଣ୍ଟ୍ରୋଲ ଅଫ ଫାଇନାନ୍ସ ୨୦୧୧ରେ ପକ୍ଷରୁ ଏକ ରିଭ୍ୟୁ ଡିପିସି କରାଯାଇ ଲେଟର ନଂ ୧୦୯୬ / ୧/୧୨/୨୦୧୧ରେ ୪୬ ଜଣ ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ପାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଭଳି ବେଆଇନ ବିଜ୍ଞପ୍ତି ଦ୍ୱାରା ଆବେଦନକାରୀ ମାନଙ୍କର ୧୦ ରୁ ୧୨ ବର୍ଷର ବରିଷ୍ଠତା ହରାଇବାକୁ ପଡିଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଡଭକେଟ ଜଗନ୍ନାଥ ପଟ୍ଟନାୟକ କେସକୁ ପରିଚାଳନା କରିଥିଲେ ।
ଦିପ