ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅନ୍ତର୍ଗତ ବାଙ୍କତାରା ଗ୍ରାମର ଗୋଟିଏ ଧାନ ବିଲରେ ଏକ ମଣିଷର ଖପୁରି, ଶରୀରର ହାଡ଼ ପଡ଼ିଥିବାର କିଛି ସ୍ଥାନୀୟଲୋକେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଏହି ଗଳିତ ଶବକୁ ଦେଖି ନିଖୋଜ ଗାଣ୍ଡୁ ନାଇକଙ୍କର ଶବ ବୋଲି ସନ୍ଦେହ କରି ତାଙ୍କ ପରିବାରକୁ ଜଣାଇବାପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ସେହି ଜମିରେ ପଡ଼ିଥିବା ଲୁଗାପଟା ଦେଖି ଗାଣ୍ଡୁ ନାଇକଙ୍କର ଅସ୍ଥି ବୋଲି ଚିହ୍ନଟ କରିଥିଲେ । ସୁଚନାନୁସାରେ , ଗତ ୪୨ ଦିନ ହେଲା ଶୌଚ ହେବାକୁ ଯାଇ ଗାଂଡୁ ନାଇକ ନିଖୋଜ ହୋଇଯାଇଥିଲେ, ତାଙ୍କୁ କେହି ହତ୍ୟା କରି ଧାନ ବିଲ ଭିତରେ ପୋତିଦେଇଥିବା ଗ୍ରାମବାସୀ ଓ ପରିବାରବାସି ସନ୍ଦେହ କରୁଛନ୍ତି । ପୋଲିସ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ଜାରି ରଖିଛି ।