ସ୍ୱଚ୍ଛ ଭାରତ ଅଭିଯାନ
ନୟାଗଡ଼ , (ଯୁଗାବ୍ଦ ନ୍ୟୁଜ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଛି । ଉକ୍ତ କାର୍ଯ୍ୟକ୍ରମରେ ସଞ୍ଜିବନି ଯୋଗ କେନ୍ଦ୍ରର ଯୁବକ ଏବଂ ଅଞ୍ଚଳ ବାସିନ୍ଦା ମାନେ ସାମିଲ ହୋଇଥିଲେ। ପୂର୍ବରୁ ଏଠାରେ କାଉରୀ ମହୋତ୍ସବ ଅୟୋଯୋନ କରାଯାଇଥିଲା। କାଉରୀ ମହୋତ୍ସବ ସରିବା ପରେ ଏହାକୁ ପ୍ରଥମେ ଗୋପାଳପୁରର ଏକ ସ୍ୱେଚ୍ଛାସେବୀ ସଙ୍ଗଠନରୁ ଆସିଥିବା ଏକ ଯୁବକ ସମସ୍ତଙ୍କୁ ଏକତ୍ରିତ କରି ମହୋତ୍ସବ ପଡିଆକୁ ପରିଷ୍କାର କରିବା ସହ ସ୍ୱଚ୍ଛତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ ।


