ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ର ୧୦୫ ତମ ପ୍ରସାରଣ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆୟୋଜନରେ ସ୍ଥାନୀୟ ଗାନ୍ଧୀସ୍ମୁତି ଭବନରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ର ୧୦୫ ତମ ପ୍ରସାରଣର ଲାଇଭ୍ ସୋ ହୋଇଥିଲା। ଆଜିର ପ୍ରସାରଣରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ ରେ ଅନେକ ହୃଦୟସ୍ପର୍ଶୀ ଓ ଦୁଢ ଏକାତ୍ମ ଚିନ୍ତନ ଭିତ୍ତିକ ତଥ୍ୟ ପ୍ରଦାନ କରିଥିଲେ। ନିଜସ୍ବ ଉଦ୍ୟମରେ ଗୋଟିଏ ୧୧ ବୟସର ଝିଅ ପିଲା କେମିତି ୭ଟି ଲାଇବ୍ରେରୀ ପ୍ରତିଷ୍ଠା କରି ସୁପରିଚାଳନା କରୁଛି, ଦୃଷ୍ଟିହୀନ ବିଦେଶୀ ଝିଅଟିଏ ପିଲାଦିନରୁ ନିଜସ୍ୱ ଚେଷ୍ଟାରେ ଅନେକ ଭାରତୀୟ ଭାଷାରେ ସଙ୍ଗୀତ ସାଧନା କରିବା , ଏକଦା ଜୀବନଦାୟୀ ସୋତ୍ ନଦୀ ସମୟର କାଳଖଣ୍ଡରେ ବିଲୁପ୍ତ ହେବାକୁ ବସିଥିଲା କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ପୁନଃ ପ୍ରବାହିତ ହେଇପାରିଛି। କେମିତି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଚଳମାନ ପାଠାଗାର ( ଘୋଡ଼ା ଲାଇବ୍ରେରୀ ) ମାଧ୍ୟମରେ ନିଃଶୁଳ୍କ ସେବା ଦିଆଯାଉଛି, ପଶ୍ଚିମବଙ୍ଗର ଜଙ୍ଗଲମହଲରେ ଶାଳପତ୍ର ସିଲେଇ କରି ମହିଳା ମାନେ ସ୍ବାବଲମ୍ବୀ ହେଉଛନ୍ତି। ସାଂସଦଙ୍କ ସହିତ ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ମମତା ମହାପାତ୍ରଙ୍କ ସମେତ ୨୦୦ରୁ ଅଧିକ ଶ୍ରୋତା ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ