ଅକରୁଆ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମଳନୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅକରୁଆ ପଞ୍ଚାୟତ ବିଜେଡି ସଭାପତି ବିଶ୍ୱନାଥ ଖଟୁଆ, ବରିଷ୍ଠ ବିଜେଡି ନେତା ଆନନ୍ଦ ଚନ୍ଦ୍ର ନାୟକ, ଜୀବନାନନ୍ଦ ଯେନା, ଗଗନ ବିହାରୀ ବେହେରା, ପ୍ରମୁଖ ଯୋଗଦେଇ ପଞ୍ଚାୟତର ୬ଗୋଟି ରାଜସ୍ୱ ଗ୍ରାମରେ ଥିବା ଅନେକ ସମସ୍ୟା ଗୁଡିକ ଉପରେ ଆଲୋଚନା କରି କିପରି ସମସ୍ୟାର ସମାଧାନ ହୋଇପାରିବ ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଗାମି ଦିନରେ କର୍ମୀ ମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଭୁଲି କିପରି ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ବିଜେଡି ସଂଗଠନକୁ ମଜବୁତ କରିବେ ସେନେଇ କର୍ମୀମାନେ ସପଥ ନେଇଥିଲେ । ଏଥିରେ ନିରାକାର ଯେନା, ମନୋଜ ଯେନା, ଉମାକାନ୍ତ ଯେନା, ପ୍ରବିଣ କୁମାର ଯେନା, ଅମ୍ଳାନ କୁମାର ଯେନା, ରାଜନ ଯେନା, ଅଭିଜିତ ଯେନା, କୈଳାଶ ଯେନା, ମିଥୁନ ଯେନା, ଜୀବନାନନ୍ଦ ସାମଲ, ରତ୍ନାକର ସ୍ୱାଇଁ, ଲାଲୁ ସାମଲ, ପ୍ରଫୁଲ ଖଟୁଆ, ମଣ୍ଟୁ ଯେନା, ମହେଶ୍ୱର ଯେନା, ଶ୍ରୀକାନ୍ତ ଯେନା, କାଳନ୍ଦି ଯେନା, ଲକ୍ଷ୍ମୀଧର ବେହେରା, ବୋଧିଆ ଯେନା, ଜ୍ଞାନ ରଞ୍ଜନ ଯେନା, ଅଜୁ ଯେନା, ହାଣ୍ଡୁ ସାମଲ, ଗୌରାଙ୍ଗ ଯେନା, ନିରାକାର ଯେନା, ହାଣ୍ଟୁ ସାମଲଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।