ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବୈଠକ ନୁଆ ସାହିସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ଉପେନ୍ଦ୍ର ନାଥ ଶତପଥୀ ସଭାପତିତ୍ୱ କରିଥିଲେ । ଆଗାମୀ ୧୧ ତାରିଖ ମଞ୍ଚର ବାର୍ଷିକ ଉତ୍ସବ ପାଳନ ନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ସମାଜସେବୀ ନରୋତ୍ତମ ଦାସ, ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ଦାସ, କୋଷାଧ୍ୟକ୍ଷ ଫକିର ଚରଣ ପାଲ, ଗୋବିନ୍ଦ ଚନ୍ଦ୍ର ସାହୁ, ରାମଚନ୍ଦ୍ର ଦାସ, ମଦନ ମୋହନ ଦାଶ, ଲକ୍ଷ୍ମୀଧର ମଲ୍ଲିକ, କାର୍ତ୍ତିକ ଚନ୍ଦ୍ର ପଣ୍ଡା, ନୃସିଂହ ଚରଣ କର, ଅଶୋକ ମହାନ୍ତି, ଶଙ୍କର୍ଷଣ ନାୟକ, ଗୋଲକ ପୃଷ୍ଟି, ଉମାକାନ୍ତ ସାହୁ ଯୋଗ ଦେଇଥିଲେ । ଉକ୍ତ ଦିନ ସକାଳେ ମଞ୍ଚର ସାଂଗଠନିକ ଆଲୋଚନା କରାଯାଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ମହାସଂଘର କର୍ମକର୍ତ୍ତା, ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ସମସ୍ତ ସଭ୍ୟ ମାନଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ୱାଗତ କରାଯାଇଥିଲା । ବୟସର ଅପରାହ୍ନରେ ବରିଷ୍ଠ ମାନଙ୍କର ସୁବିଧା ଅସୁବିଧା, ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ମତବ୍ୟକ୍ତ କରାଯାଇଥିଲା ।


