ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ଧାରଣାକୁ ସମର୍ଥନ ଦେଲେ ସୁଧାଂଶୁ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ବ୍ଲକ ଅଧିନ ବରପଦା ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଗଣଧାରଣା ଆଜି ୩ୟ ଦିନରେ ପହଞ୍ଚିଛି । ପରିଚାଳନା କତ୍ତୃପକ୍ଷଙ୍କ ମନମୂଖୀ କାର୍ଯ୍ୟ, କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ, ଛଟେଇ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର, ମୃତ୍ୟୁବରଣ କରିଥିବା କର୍ମଚାରୀ ପରିବାରଙ୍କୁ ବକେୟା ଅର୍ଥ ପ୍ରଦାନ ଏବଂ ପୁନଃ ନିଯୁକ୍ତି ଆଦି ଦାବି ନେଇ ଏହି ଗଣଧାରଣା ଦିଆଯାଇଛି । ଆଜି ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ ଧାରଣା ସ୍ଥଳରେ ପହଞ୍ôଚ ଧାରଣାକୁ ସମର୍ଥନ ଜଣାଇ ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନରେ କର୍ମଚାରୀ ପରିଶ୍ରମ କରି କାର୍ଯ୍ୟ କରୁଥିବା ବେଳେ ଦାୟିତ୍ୱରେ ଥିବା ବିଧାୟକ ଏବଂ ତାଙ୍କ ପ୍ରତିନିଧି କର୍ମଚାରୀଙ୍କ ପ୍ରାପ୍ୟ ଦେଉ ନାହାନ୍ତି । ଛଟେଇ କର୍ମଚାରୀଙ୍କ ବକେୟା ଦରମା ପାଇବା ନେଇ ମୁଁ ଗୁଣ୍ଡୁଚିମୂଷା ପରି ସାହାର୍ଯ୍ୟ କରିବି ବୋଲି ଶ୍ରୀ ନାୟକ କହିଥିଲେ । ଏହି ଅବସରରେ କମଳାକାନ୍ତ ସାହୁ, ଜିତେନ୍ଦ୍ର ନାୟକ, କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା ଉପସ୍ଥିତ ଥିଲେ । ଆଜିର ଗଣଧାରଣାରେ ରଶ୍ମିକାନ୍ତ ପଣ୍ଡା, ଉମାକାନ୍ତ ପଣ୍ଡା, କାହ୍ନୁଚରଣ ସାହୁ, ରଞ୍ଜନ କୁମାର ବିନ୍ଧାଣୀ, ପ୍ରଫୁଲ୍ଲ କୁମା ଜେନା, ବଳଭଦ୍ର ମଲ୍ଲିକ ପ୍ରମୁଖ ବସିଥିବା ବେଳେ ବରପଦା ବିକାଶ ମଞ୍ଚର ବରିଷ୍ଠ ନାଗରିକ ଯୁଧିଷ୍ଠିର ପଣ୍ଡା, ଜୟୀରାମ ଜେନା, ରାନ୍ଦିଆ ସମିତି ସଭ୍ୟ ଶ୍ରୀଧର ନାୟକ ନୈତିକ ସମର୍ଥନ ଜଣାଇଥିଲେ । ଉପରୋକ୍ତ ଧାରଣା ନେଇ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଭଦ୍ରକ ଜିଲ୍ଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ, ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଆନ୍ଦୋଳନକାରୀ ମାନେ ଲିଖିତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ