ଜଗନ୍ନାଥ ମନ୍ଦିର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରଚାଇପଦା ମା’ ସିଦ୍ଧ ମରଚାଇ ଭାଗବତ ଟୁଙ୍ଗି ଏବଂ କାନପୁର,ମରଚାଇପଦା,ନିଉୁଦାନୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନିର୍ମାଣଧିନ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ ଏହି କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସକାଳେ ଆଚାର୍ଯ୍ୟ ଭକ୍ତ ଚରଣ ତ୍ରିପାଠୀ,ରାମଚନ୍ଦ୍ର ପଣ୍ଡା, ପ୍ରଶ୍ନଜିତ ପଣ୍ଡାଙ୍କ ଦ୍ୱାରା ଗୁରୁପୂଜା, ସୂର୍ଯ୍ୟପୂଜା, ଘଟ ମଣ୍ଡଳାଦି ପୂଜା, ହୋମଯଜ୍ଞ ପରେ ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟ ସପନ୍ନ ହୋଇଥିଲା । ହରମୋହନ ପଣ୍ଡା ଏବଂ ସୁବାସିନୀ ପଣ୍ଡା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ଶେଷରେ ଶହଶହ ଶ୍ରଦ୍ଧାଳୁ ମାନେ ଧାନ,•ଉଳ,ସୁନା,ରୂପା,ଅର୍ଥ ଆଦି ଦାନକରି ମନ୍ଦିରର ରତ୍ନଭଣ୍ଡାରକୁ ପରିପୁର୍ଣ୍ଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶଂଙ୍ଖାଳୀ ଚରଣ ରାଉଳ, ଅଜିତ କୁମାର ରାଉତ, ଫକିର ଚରଣ ବେହେରା, ଗିରିଶ ଚନ୍ଦ୍ର ମହାନ୍ତି, ଗୋବର୍ଦ୍ଧନ ରାଉତ, ପ୍ରାଣବଲ୍ଲଭ ରାଉତ, ସୁଲୋଚନା ହାତୀ, ପାର୍ବତି ପେଡ଼ା, ସଶ୍ମିତା ଭୋଇ, ମାନାରାଣୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ଉତ୍ସବରେ କାନପୁର ଗ୍ରାମର ଗୁଣାକର ଜେନା,ଗୋପବନ୍ଧୁ ପାଣିଗ୍ରାହୀ, ପ୍ରଭାତ କୁମାର ବେହେରା, ସନ୍ତୋଷ କୁମାର ଜେନା ନିଉଦାନୀ ଗ୍ରାମର ରମେଶ ଚନ୍ଦ୍ର ବଳ, ବ୍ରଜ ମୋହନ ଭୋଇ, ଅକ୍ଷୟ କୁମାର ବଳ ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦେଇଥିବା ବେଳେ ତିନି ଗୋଟି ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗଦେଇ ଠାକୁରଙ୍କ ଆଶିଷ ଲାଭ କରିଥିବା ବେଳେ ପ୍ରସାଦ ସେବନ କରିଥିଲେ ।


