୩୬୧ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ୬ଟି ପରୀକ୍ଷାକେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ମୋଟ ୩୬୧ଜଣ ପରୀକ୍ଷାର୍ଥô ପରୀକ୍ଷା ଦେଇଥିବା ବେଳେ ୨୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି । ହାଟଡିହି ଉଚ୍ଚ ପ୍ରାଥମିକ ପରୀକ୍ଷାକେନ୍ଦ୍ରରେ ୮୨ଜଣ ମରୈଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ୫୭ଜଣ, ରମ୍ପାସ ପ୍ରାଥମିକ ବିଦ୍ୟାଳୟରେ ୪୯ଜଣ, ଶାଳଣିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷାକେନ୍ଦ୍ରରେ ୭୩ଜଣ ଦେଇଛନ୍ତି । ସେହିପରି ସୋସୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୭ଜଣ, ବାଙ୍ଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୩ଜଣ ପରୀକ୍ଷା ଦେଇଛନ୍ତି । ହାଟଡିହିରେ ପୁର୍ଣ୍ଣଚନ୍ଦ୍ର ଜେନା, ମରୈଗାଁରେ ପ୍ରତାପ କୁମାର ଜେନା, ବଡରମ୍ପାସରେ ଶଙ୍କର୍ଶଣ ଜେନା, ଶାଳଣିଆଁରେ ନିରାକାର ସା, ସୋସୋରେ ଚକ୍ରଧର ମୁଖି, ବାଙ୍ଗୋରରେ ରବିନ୍ଦ୍ର କୁମାର ସାହୁ ସୁପରିଟେଣ୍ଡଣ୍ଟ ଭାବେ ପରୀକ୍ଷା ପରିଚାଳନା କରିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସ୍ନେହଲତା ମହାରଣା ବିଭିନ୍ନ ପରୀକ୍ଷାକେନ୍ଦ୍ର ଗୁଡିକ ବୁଲି ପରୀକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।


