ପୂଜ୍ୟ ପୂଜା ସମିତି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତା ଆନ୍ଦୋଳନର ମହାନ ନେତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ କୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ବ୍ରହ୍ମପୁର ସହରର ଅଗ୍ରଣୀ ଦେଶପ୍ରେମୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ନେତୃତ୍ୱରେ ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସ୍ମୃତିସଭା ଆୟୋଜନ ହୋଇଥିଲା l ଅକ୍ଟୋବର ୨ତାରିଖ ଗୁଜୁରାଟର ପୋରବନ୍ଦର ଠାରେ ଗାନ୍ଧିଜୀ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ପ୍ରକୃତ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲା l ସେ ଇଂଲଣ୍ଡରୁ ଆଇନ ପାସ କରି ଓକିଲାତି କରିବାପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ l ସେଠାର ଗୋରା ସରକାର କଳା ଲୋକଙ୍କ ପ୍ରତି କରୁଥିବା ବ୍ୟବହାରରେ ଅତିଷ୍ଠ ହୋଇ ସେମାନଙ୍କ ଠାରୁ ନିଜ ମାତୃଭୂମିକୁ ଉଦ୍ଧlର କରିବାପାଇଁ ଭାରତ ଫେରିଆସିଲେ l ଗାନ୍ଧିଜୀ ସର୍ବଦା ଅହିଂସା ମାର୍ଗରେ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଲୋକମାନେ ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ l ଶେଷରେ ଗୋରା ସରକାରଙ୍କୁ ଏ ଦେଶରୁ ବିତାଡିତ କରିବାରେ ଗାନ୍ଧିଜୀ ସଫଳ ହୋଇଥିଲେ l ଜୟ ଜବାନ ଜୟ କିଷାନ ସ୍ଲୋଗାନ ଦେଇଥିବା ଲାଲ ବହାଦୁର ଶାସ୍ତ୍ରୀ 1904ମସିହା ଅକ୍ଟୋବର 2ତାରିଖରେ ବାରଣାସୀଠୁ ଅଳ୍ପ ଦୂର ମୁଗଲସରାଇରେ ଜନ୍ମ ଗ୍ରହଣ କରିଥିଲେ l ସଂସ୍କୃତରେ ସେ ଡିଗ୍ରୀ ହାସଲ କରିଥିଲେ ଓ କାଶୀ ବିଦ୍ୟାପୀଠରୁ ଶାସ୍ତ୍ରୀ ଉପାଧି ଲାଭ କରିଥିଲେ l ଶିକ୍ଷା ସମାପ୍ତ ପରେ ସେ ଭାରତ ସେବକ ସଂଘରେ ଯୋଗଦେଲେ l ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଲେ l ସେ ରେଳ ମନ୍ତ୍ରୀ ଥିବା ସମୟରେ 1956ମସିହାରେ ଏକ ରେଳ ଦୁର୍ଘଟଣା ଘଟିଲା ଏଥିରେ ଶାସ୍ତ୍ରିଜୀ ନିଜକୁ ଦୋଷୀ ମନେକରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ l ସେ ଜଣେ ସଚ୍ଚୋଟ ମଣିଷ ଥିଲେ l ସେ ପରେ ପରିବହନ ଓ ସଂଚାର ମନ୍ତ୍ରୀ ପରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଓ ପରେ ଗୃହମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ l 1964ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ଲାଲ ବହାଦୁର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ l ସରଳତା, ଦେଶଭକ୍ତି ଓ ସଚ୍ଚୋଟତା ଯୋଗୁଁ ସେ ଚିର ଦିନ ଅମର l ଦେଶପାଇଁ ଶହୀଦ ହୋଇପଡିଥିବା ବୀର ମାନଙ୍କ କଥାକୁ ଭାରତବର୍ଷର ସମ୍ବିଧାନର ମୁଖପତ୍ରରେ ଉଲ୍ଲେକ୍ଷିତ ଧର୍ମନିରପେକ୍ଷ ଓ ସମାଜବାଦ ପଦ ଦୁଇଟିକୁ ବାଦ ଦେଇ ସଂସଦ ଭବନରେ କପି ବିତରଣ କରିବା ନେଇ ଆଜିର ସଭାରେ କ୍ଷୋଭ ପ୍ରକାଶ ପାଇଛି l ଦେଶର ଗଣତନ୍ତ୍ରର ମୂଳ ଆଧାର ଧର୍ମନିରପେକ୍ଷ ଓ ସମାଜବାଦକୁ ବାଦ ଦେବା ଭଳି ଷଡଯନ୍ତ୍ର ବିରୁଦ୍ଧରେ ଏକ ହେବାପାଇଁ ଆଜି ପୂଜ୍ୟ ପୂଜା ସମିତି ଆହ୍ୱାନ ଦେଇଛି l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଅବନୀ ଗୟା,ସୂର୍ଯ୍ୟକାନ୍ତ ପାତ୍ର,ଶିବ ସୁନ୍ଦର ରଥ,ନନ୍ଦେସୁ ସେନାପତି,ଭାସ୍କର ଚନ୍ଦ୍ର ସାହୁ,ଫେଜ ଖାଁ,ପ୍ରଭାକର ସାହୁ,ରାଜେନ୍ଦ୍ର ପଣ୍ଡା,ବାସୁଦେବ ସାହୁକାର,ଭୀଷ୍ମଚାର୍ଯ୍ୟ ଚୌଧୁରୀ,ଗଗନ ମଲ୍ଲିକ, ଏ. ସୁରେଶ, ଭେଙ୍କଟରାମଣା,ଅମୁଲ୍ୟ ଚନ୍ଦ୍ର ପଣ୍ଡା,ଶିବ ପ୍ରସାଦ ମିଶ୍ର, ରାଧାକୃଷ୍ଣ ଗୋୟଲ, ସବିତା ସାହୁକାର,ହୃଷିକେଶ ପାତ୍ର, ସତ୍ୟ ନାରାୟଣ ରାଓ, ସlମ୍ବଶିବା ରାଓ, କୁନା ସାହୁ, ନିର୍ମଳ ସାହୁ, ନିରଞ୍ଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ