୧୫ଦଫା ଦାବି ନେଇ ସରପଞ୍ଚଙ୍କ ଆନ୍ଦୋଳନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟର ପ୍ରତ୍ୟେକ ସରପଞ୍ଚ ୧୫ଦଫା ଦାବି ନେଇ ଭୁବନେଶ୍ଵରରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ପଞ୍ଚାୟତ କାର୍ୟ୍ୟାଳୟ ଗୁଡିକରେ ପ୍ରାୟ କାମ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ବ୍ଲକର କୈାଣସି ଉନ୍ନତି ମୂଳକ କାର୍ୟ୍ୟ ମଧ୍ୟ ସମ୍ଭବପର ହେଉ ନାହିଁ। ଗ୍ରାମାଞ୍ଚଳରେ କାମ କରୁଥିବା ବିଭିନ୍ନ ଠିକାଦାର ମାନେ ଆଗକୁ ଦଶହରା ପର୍ବ ଥିବାରୁ ପଞ୍ଚାୟତରେ ଚାଲିଥିବା କାମଗୁଡିକ ଶିଘ୍ର ଶେଷ କରି ବିଲ୍ ପାଇଁ ଅପେକ୍ଷାରେ ରହିଛନ୍ତି। ବିଲରେ ସରପଞ୍ଚଙ୍କ ଦସ୍ତଖତ ଦରକାର ପଡୁଥିବାରୁ ଅଡ଼ୁଆରେ ସମସ୍ତ ଠିକାଦାର ପଡିଛନ୍ତି। କନ୍ଧମାଳ ଜିଲାର ୧୭୧ ପଞ୍ଚାୟତର ସରପଞ୍ଚ ମାନେ ଏଥିରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସାମିଲ୍‌‌ ଥିବା ଯୋଗୁଁ ଏହା ଏବେ ପଞ୍ଚାୟତ ଅଧିବାସୀ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କେବଳ ସେତିକି ନୁହେଁ , ଜିଲାରେ ବିଜେଡ଼ି , ବିଜେପି ଓ କଂଗ୍ରେସ ସମର୍ଥୀତ ସରପଞ୍ଚ ରହିଥିବା ବେଳେ ବର୍ତ୍ତମାନ ସମସ୍ତ ଦଳର ଅନେକ କାର୍ଯ୍ୟକ୍ରମ ବ୍ଳକ ସ୍ତରରୁ ପଞ୍ଚାୟତ ସ୍ତରରେ ଚାଲିଥିଲେ ମଧ୍ୟ ବିଭିନ୍ନ ପଞ୍ଚାୟତ ରେ ସରପଞ୍ଚ ମାନଙ୍କର ଅନୁପସ୍ଥିତ ସହିତ ଅନେକଙ୍କ ଅସହଯୋଗ ଯୋଗୁଁ ତିନି ତଳ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ