ବିଜେଡି ର ଜନସମ୍ପର୍କ ପଦଯାତ୍ରା

ଚିକିଟି, (କୁରେଶୁ ସାହୁ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଚିକିଟି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ରାଜ୍ଯ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀରୂପ ଦେବ, ସୁବାସ ମହାରଣା, ସଂଘମିତ୍ରା ଦଳେଇ, ଅଂଜଳି ସ୍ଵାଇଁ, ,ଆପନା ସେଠୀ, ଦୀପା ସାହୁ, ମୁଖ୍ୟ ସଂଯୋଜକ ଅନିଲ ସାହୁ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ହଜାର, ହଜାର ବିଜେଡି କର୍ମୀ ଚାନ୍ଦପୁର ପଞ୍ଚାୟତ ବାଲିବଟ ଠାରୁ ଅତିଥି ମାନଙ୍କୁ ସ୍ଵାଗତ କରିବା ପରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ବାଲି ବଟଠାରୁ ବାହୁଦା ସେତୁ ଦେଇ ନୂଆପଡ଼ା ମାର୍ଗଦସୀ ବିଦ୍ୟାଳୟ ଠାରେ ପହଞ୍ଚି ବା ପରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଜନସଭାରେ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ଘରେ ଘରେ ପହଞ୍ଚାଇ ବାକୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚିକିଟି ବ୍ଲକ ବିଜେଡି ସଭାପତି ହେରମ୍ବ ରେଡ୍ଡୀ, ସଚିଦାନଁଦ ରାଜଗୁରୁ, ବରିଷ୍ଠ ବିଜେଡି ସଂଗଠକ ସୁରେନ୍ଦ୍ର ମଣ୍ଡଳ କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ। ସାଂସଦ ପ୍ରତିନିଧି ବି କ୍ରିଷ୍ଣାମୁର୍ତ୍ତି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲାବେଳେ ରାମନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ