ଯୁକ୍ତ ତିନି ମହିଳା ମହାବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି, ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିମଳ ସଂଯୋଜକ ଶ୍ରୀଯୁକ୍ତ ଜି. ସୁନୀଲ୍ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। “ସ୍ଵଚ୍ଛତା ହିଁ ସେବା” ଶୀର୍ଷକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଗ୍ରାମ ତଥା ପରିବେଶ ପରିମଳ ଓ ସ୍ଵଚ୍ଛତା ସଂପର୍କରେ ଏକ କ୍ଳାସ୍ ନେଇଥିଲେ। ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରୀମାନଙ୍କୁ ପରିମଳ ଓ ସ୍ଵଚ୍ଛତା ପାଇଁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ଓ ଅନୁଦାନ ସଂପର୍କରେ ଅବଗତ କରାଇ ସେମାନେ ଉପରୋକ୍ତ ସେବାର ଅଧିକାରୀ ହେଇପାରିଛନ୍ତି ନା ନାହିଁ ପଚାରିବୁଝିଥିଲେ । ପରିବେଶ ସୁରକ୍ଷା ଓ ପରିମଳ ଦ୍ବାରା ମହିଳା ମାନେ ଅନେକ ସଂକ୍ରମଣ ରୋଗରୁ କିପରି ମୁକ୍ତହୋଇପାରିବେ ସଂବନ୍ଧରେ ଉପଦେଶ ଦେଇଥିଲେ । ଏହି ସଭାରେ ସଭାପତିତ୍ବ କରିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ପାରିବାରିକ ତଥା ଅନୁଷ୍ଠାନର ପାରିପାର୍ଶ୍ବକ ପରିବେଶକୁ ସ୍ଵଚ୍ଛ ଓ ନିର୍ମଳ ରଖିବା ପାଇଁ ଛାତ୍ରୀବୃନ୍ଦ ଓ କର୍ମଚାରୀବୃନ୍ଦଙ୍କୁ ଅନୁରୋଧ କରିଥିଲେ । ଏବଂ ପ୍ରତ୍ୟେକ ବ୍ୟକ୍ତି ସ୍ଵଚ୍ଚତା ପାଇଁ ନିଜେ ହିଁ ସ୍ୱତଃପ୍ରବୃତ୍ତି ଭାବରେ ଆଗେଇ ଆସି ନେତୃତ୍ୱ ନେବା ଉଚିତ୍ ବୋଲି ତାଙ୍କର ବକ୍ତବ୍ୟ ରଖିଥିଲେ। ସଭାକାର୍ଯ୍ୟର ପରିସମାପ୍ତି ପରେ ମୁଖ୍ୟଅତିଥି ଶ୍ରୀ ଜି. ସୁନୀଲ କୁମାର ଓ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରୀମାନଙ୍କୁ ନେଇ ମହାବିଦ୍ୟାଳୟର ପରିସର ମଧ୍ୟରେ ଏକ ସଫେଇ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମଟି ରାଜ୍ୟସରକାରଙ୍କର ସ୍ୱଚ୍ଛଭାରତ ମିଶନ୍ ଅଭିଯାନର ଏକ ଅଂଶ ବିଶେଷ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ