ଅତ୍ୟାଧୁନିକ ‘ୟାମା ସିଦ୍ଧେଶ ମୋଟର୍ସ’ ସୋ ରୁମ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହା ସିମାନ୍ତ ଝାଡ଼ଖଣ୍ଡ ରାଜ୍ୟ, ପଶ୍ଚିମବଙ୍ଗ ଏବଂ କେନ୍ଦୁଝର ଜିଲ୍ଲାକୁ ଲାଗି ରହିଛି ।ତଦସହ ଏହି ସହର ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ବାସସ୍ଥଳୀ ।ଦିନକୁ ଦିନ ଏହି ସହର ବୃଦ୍ଧି ସହ ଲୋକସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି ।ସହର ବର୍ଦ୍ଧିତ ହେଉଥିବାରୁ ଲୋକମାନଙ୍କର ପରିବହନ,ବାଇକ, ଆସବାବପତ୍ର ଚାହିଦା ବଢ଼ି ଚାଲିଛି ।ବିଶେଷତଃ ଯୁବକମାନେ ବିଭିନ୍ନଅତ୍ୟାଧୁନିକ ମଡେଲର ବାଇକ୍ ଚଳାଇବାକୁ ପସନ୍ଦ କରୁଛନ୍ତି ।ଯୁବ ପିଢିଙ୍କର ରେସିଂ ୟାମା ବାଇକ ଓ ମହିଳା ମାନଙ୍କର ସ୍କୁଟି ସବୁଠାରୁ ବେଶୀ ପସନ୍ଦ । ରାଇରଙ୍ଗପୁରରେ ୟାମା ବାଇକ୍ ମିଳୁ ନ ଥିବାରୁ ସେମାନେ ବାରିପଦା ଏବଂ ଟାଟା ନଗର ଉପରେ ନିର୍ଭର କରୁଥିଲେ । ଲୋକଙ୍କର ଆବଶ୍ୟକତାକୁ ଦେଖି ରାଇରଙ୍ଗପୁର ସହରର ବିଶିଷ୍ଟ ବହୁ ପୁରୁଣା ଓ ଅଭିଜ୍ଞତା ସଂପନ୍ନ ବ୍ଯବସାୟୀ ଶ୍ରୀ ବୀରେନ୍ଦ୍ର ଚୋବେ ଅଁଳାଡୁବାର ଏକ ଅତ୍ୟାଧୁନିକ ସୋ ରୁମ୍ ଖୋଲିଛନ୍ତି । ତାହାକୁ ୟାମା ମୋଟର କମ୍ପାନୀ ଲିମିଟେଡ ର ମେନେଜର ସେଲସ୍ ର ଶ୍ରୀ ଯଶବିନ୍ଦର ସିଂ, ରାଇରଙ୍ଗପୁର ଏସବିଆଇ ର ଚିଫ ମେନେଜର ମହାପାତ୍ର ବାବୁ, , ରାଇରଙ୍ଗପୁର ୧୦ ନମ୍ବର ଓ୍ବାର୍ଡ ର କାଉନସିଲର ଆଲୋକ ରଂଜନ ମହାନ୍ତ,ବରିଷ୍ଠ ଓକିଲ ପ୍ରଦୀପ ଦାସ ଆଡଭୋକେଟ ଅମ୍ବିକା ପଟ୍ଟନାୟକ, ସମାଜସେବୀ ମୋହିନୀ ହୋତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ସୋ ରୁମ ପ୍ରୋପାଇଟର ବୀରେନ୍ଦ୍ର ଚୋବେଙ୍କ ଧର୍ମପରାୟଣ ମାତା କିଶୋରୀ ଦେବୀ ଏହି ଅବସରରେ ଉପସ୍ଥିତ ରହି ସମସ୍ତଙ୍କୁ ଖୁସିରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଅଁଳାଡୁବାର ୟାମା ସିଦ୍ଧେଷ ମୋଟର୍ସ ମାଲିକ ବୀରେନ୍ଦ୍ର ଚୋବେ ଫିତାକାଟି ସୋ ରୁମ୍ ର ଉଦ୍ଘାଟନ କରିଥିଲେ । ପରେ ସୋ ରୁମ୍ ମାଲିକ ବୀରେନ୍ଦ୍ର ଚୋବେ। ଏବଂ ସେଲ୍ ମେନେଜର ଯଶବିନ୍ଦର ସିଂ ସହରରେ‌ୟାମା ବାଇକ କୁ ନେଇ ଏକ ୟାମା ବାଇକ ରେସିଂ ରାଲି ର ସୋ ପତକା ହଲାଇ ଉଦଘାଟନ କରିଥିଲେ । ବାଇକ୍ ରାଲି ସହରରେ ୟାମା ବାଇକ୍ ଉପରେ ଏକ ପ୍ରଚାର ଓ ପ୍ରସାର କରାଯାଇଥିଲା । ସୋ ରୁମ୍ ମାଲିକ ବୀରେନ୍ଦ୍ର ଚୋବେ ଗଣମାଧ୍ୟମକୁ କହିଥିଲେ ଏଠାରେ ୟାମା ବାଇକ୍ ଏବଂ ସ୍କୁଟିରେ ସବୁ ମଡେଲ ଉପଲବ୍ଧ ହେବ ।ଏଠାରେ ମଧ୍ୟ ଯାନ୍ତ୍ରିକ ଅଂଶ,ସର୍ଭିସିଂ, ବାଇକ ବିକ୍ରୟ ପାଇଁ ସହଜରେ ବ୍ୟାଙ୍କ ଋଣ କରାଇବା ବ୍ୟବସ୍ଥା କରାଯିବ । ତେଣୁ ଗ୍ରାହକମାନେ ଅଯଥାରେ ବାହାରକୁ ନଯାଇ ଅଯଥା ଖର୍ଚ୍ଚାନ୍ତ ନ ହୋଇ ସହଜରେ ନିଜର ଚାହିଦା ମୁତାବକ ବାଇକ୍ ଏବଂ ସ୍କୁଟି ପାଇ ପାରିବେ । ରାଇରଙ୍ଗପୁର ସହରରେ ୟାମା ସୋ ରୁମ ଉଦଘାଟନ ହେବାରୁ ଗ୍ରାହକମାନେ ଖୁସି ହେବା ସହ ଗହଳି ଲଗାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ