ମୋ ଘର ପାଇଁ ଋଣ ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ମୋ ଘର ପାଇଁ ଋଣ ପ୍ରଦାନ କରାଯାଇଛି। ରଣଜିତ ପଞ୍ଚାୟତ ସିମିଳିଆ ଗ୍ରାମର ପଦ୍ମନାଭ ଭୋଇ ଓ କୁରିଗାଁ ଗ୍ରାମର ସତ୍ୟବ୍ରତ ଶଙ୍ଖୁଆଙ୍କୁ ବାସଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଋଣ ପ୍ରଦାନ କରାଯାଇଥିବା ଜଣାଯାଇଛି। ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବିଡ଼ିଓ ଦେବଦତ୍ତ ଦାଶ, ବିବିସିସି ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସମାଜସେବୀ ଦେବେନ୍ଦ୍ର ଦାସ ଉପସ୍ଥିତ ରହି ହିତାଧିକାରୀ ଦ୍ୱୟଙ୍କୁ ଋଣ ବାବଦୀୟ ଚେକ ପ୍ରଦାନ କରିଥିଲେ। ଏଠାରେ ସୂଚିତ ନଗୁଆଁ ଓ ନେରଡ଼ା ଗ୍ରାମର ଦୁଇଜଣ ହିତାଧିକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ ଋଣ ଯୋଗାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ