ମାଝୀ ପାରଗାନା ମହଲର ବିଶାଳ ଜନ ସମାବେଶ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ମାଝୀ ପାରଗାନା ମହଲ ପକ୍ଷରୁ ଶୁକ୍ରବାର ୯ ଦଫା ଦାବି ପୂରଣ ନେଇ ଏକ ବିଶାଳ ଶୋଭାଯାତ୍ରା ପୋଲିସ ଲାଇନ୍ ଛକ ଠାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶରେ ନଅ ଦଫା ଦାବି ସଂପର୍କରେ ବକ୍ତବ୍ୟ ରଖିଥିଲେ।ଦାବି ଗୁଡ଼ିକ ପଦା ବଡ଼ଗାଁ ଓ ଗନ୍ଦିପୁର ଗ୍ରାମର ବେଆଇନ୍ ଭାବରେ ଭଙ୍ଗାଯାଇଥିବା ଜାହେରା ଠାକୁରାଣୀଙ୍କୁ ପୁନର୍ବାର ସ୍ଥାପନ କରାଯିବା, ସରକାରୀ ଜାଗାରେ ଦୀର୍ଘଦିନ ଧରି ସ୍ଥାୟୀ ଭାବରେ ବସବାସ କରିଆସୁଥିବା ଆଦିବାସୀମାନଙ୍କୁ ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ କରାଯିବ, ବାଲେଶ୍ବର ଜିଲ୍ଲାପାଳଙ୍କ ଦ୍ବାରା ଆଦିବାସୀମାନଙ୍କ ଉପରେ ଦୁବ୍ୟବହାର କରାଯାଉଥିବା ଅନ୍ୟାୟ, ଅତ୍ୟାଚାର, ଧମକ, ଜୋରଜୁଲମକୁ ବନ୍ଦ କରାଯିବା, ଭାରତ ସମ୍ବିଧାନର ଅନୁଚ୍ଛେଦ ୧୩(୩)(କ) ଅନୁସାରେ ଆଦିବାସୀମାନଙ୍କର ସ-ଶାସନ ବ୍ୟବସ୍ଥାର ପ୍ରାବଦାନ ଅନୁଯାୟୀ ପାରମ୍ପାରିକ ପ୍ରଶାସନ ଅନୁପାଳନ କରାଯିବା, ଆଦିବାସୀମାନଙ୍କର ବିକାଶ ପାଇଁ ଜିଲ୍ଲାରେ D.A.C. (District Autonomic Council) ଏବଂ ବ୍ଲକରେ B.A.C. (Block Autonomic Council) ଗଠନ କରାଯିବା, ପ୍ରତ୍ୟେକ ଆଦିବାସୀମାନଙ୍କର ଜାହେରା ଠାକୁରାଣୀ ପୂଜାସ୍ଥଳୀ “ ଜାହେରଗାନ” ନାମରେ ପଞ୍ଜିକୃତ କରାଯାଇ ସ୍ଵତନ୍ତ୍ର ପଟ୍ଟା ପ୍ରଦାନ କରାଯିବା, ଅଷ୍ଟମ ଅନୁଚ୍ଛେଦ ପରିସରଭୁକ୍ତ କରାଯାଇଥିବା ସାନ୍ତାଳି ଭାଷା “ଅଲଚିକି ଲିପି” ବାଲେଶ୍ବର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳି ଶିକ୍ଷକ ନିଯୁକ୍ତ କରାଯିବା, ଥାନାମାନଙ୍କରେ ନିରୀହ ଆଦିବାସୀ ଲୋକଙ୍କ ମିଥ୍ୟା ଅଭିଯୋଗ ଆଧାରରେ କେଶ୍ ରୁଜୁ କରିବା ବନ୍ଦ କରାଯିବା, ବାଲେଶ୍ବର ଜିଲ୍ଲାର ତହସିଲ, ବ୍ଲକ୍, ଥାନା, ଡାକ୍ତରଖାନା ଏବଂ ପ୍ରତ୍ୟେକ ବିଭାଗର ପଦାଧିକାରୀ ଆଦିବାସୀମାନଙ୍କ ପ୍ରତି ଅଣ ଦେଖା ବନ୍ଦ କରିବା ନଅ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ