ଶିବାନନ୍ଦ ଆଶ୍ରମରେ ରସାବଳି ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିଥିବାରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ରସାବଳି ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଶ୍ରମର ମନ୍ଦିରରେ ଥିବା ଶ୍ରୀଜୀଉମାନଙ୍କୁ, ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ଚିଦାନନ୍ଦ ସରସ୍ୱତୀଙ୍କୁ ରସାବଳି ଭୋଗ ଅର୍ପଣ କରାଯାଇଥିଲା । ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ରସାବଳି ଭୋଗ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ନୃସିଂହ ଦାସ, ରୀତାଞ୍ଜଳି ନାଥ, କାଳନ୍ଦି ଚରଣ ବେହେରା, ନିରଞ୍ଜନ ମେକାପ, ବାମଦେବ ଦାସ, ଶ୍ରୀଧର ମହାନ୍ତି, ରୁଦ୍ରନାରାୟଣ ନାଥ, ରାଖେଲ ଚନ୍ଦ୍ର ଦାସ, ହିମାଂଶୁ ଶେଖର ଦାସ, ବର୍ଷାରାଣୀ ଦାସ, ବିନତିପ୍ରଭା ଦାସ, କମଳାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ