ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବୃତ୍ତି ସଂଯୋଜକ ବଳରାମ ପାଣି ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ ସେକ ହେଦାୟାତୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମଦ୍ରାସାର ୩ଜଣ ଛାତ୍ରୀ ରେଶମି ବେଗମ, ନେହମିଜ ଫିରଦୋସ ଓ ମୁସକାନ ପରୱିନ ଜଗତସିଂହପୁର ଠାରେ ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟସ୍ଥାନ ହାସଲ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଥିବାରୁ ସେମାନଙ୍କୁ ଏହି ଅବସରରେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ