ପାରାଦୀପରେ ଦୁର୍ଗାପୂଜା ପାଇଁ ବଣିକ ସଙ୍ଘର ଜୋରଦାର ପ୍ରସ୍ତୁତି
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ଚଳିତ ଅକ୍ଟୋବର ମାସ ୨୪ ତାରିଖ ଶାରଦୀୟ ଦୁର୍ଗାପୂଜା ଉତ୍ସବ ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଙ୍ଘ ଦ୍ୱାରା ଜୋରଦାର ପ୍ରସ୍ତୁତି ଚାଲିଛି l ବନ୍ଦର ନଗରୀ ପାରାଦୀପର ସର୍ବ ପୁରାତ୍ତନ ଦୁର୍ଗାପୂଜା ଭାବେ ବଣିକ ସଙ୍ଘ ଦ୍ୱାରା ଆୟୋଜିତ ପୂଜାଉତ୍ସବ ସର୍ବାଦୃତ l ଗତ ମହାମାରୀ ପ୍ରତିବନ୍ଧକ ଯୋଗୁଁ ଏହି ଉତ୍ସବରେ ଶିଥିଳତା ଦେଖାଯାଇଥିବା ବେଳେ ଚଳିତ ପୂଜା ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହେବ ବୋଲି ବଣିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି l ସୂଚନାଥାଉକି ଦୀର୍ଘ ପ୍ରାୟ ୫୦ ବର୍ଷ ଧରି ବଣିକ ସଙ୍ଘ ଦ୍ୱାରା ଏହି ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଆସୁଅଛି l ଚଳିତ ପୂଜା ରୀତିନୀତି ଅନୁଯାୟୀ ପାଳନ କରାଯିବା ସହ ବିଭିନ୍ନ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ନବମୀ ପୂଜା ଦିନ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ନେଇ ବଣିକ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇ ଥିବା ବେଳେ ମା ଙ୍କ କୃପା ଲାଭ କରିବା ପାଇଁ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ଦେବାକୁ ବଣିକ ସଙ୍ଘର ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।