କ୍ରୀଡା ଓ ସଂସ୍କୃତି ର ବିକାଶ ନିମନ୍ତେ ମହିଳା ଡିଗ୍ରୀ କଲେଜ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ପାଠ ପଢା ସହିତ କ୍ରୀଡା ଏବଂ ସଂସ୍କୃତି ର କିପରି ବିକାଶ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ମହାବିଦ୍ୟାଳୟ ଗୁଡିକ ରେ ବିଦ୍ୟାର୍ଥୀ ମାନଂକୁ ଏହି କାର୍ଯ୍ୟକ୍ରମ ସାମିଲ କରିବା ନିମନ୍ତେ ନିର୍ଦେଶ ଦିଆଯାଇଛି , ଏନେଇ ଶୁକ୍ରବାର ଛତ୍ରପୁର ମହିଳା ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷା ଡ଼ଃ ସୁମିତା ମିଶ୍ର ଙ୍କ ପୌରହିତ୍ୟ ରେ କ୍ରୀଡା ଏବଂ ସଂସ୍କୃତି ଆଭିମୁଖେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଠାରୁ ଆରମ୍ଭ କରି ଅନେକ ନୃତ୍ୟ ର ତାଳେ ତାଳେ ଛାତ୍ରୀ ମାନେ ନାଚିଥିଲେ, ଏଥିରେ କଲେଜ ର ଛାତ୍ରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ଦେଖାଇଥିଲେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ, ସାମ୍ମନୀତ ଅତିଥି ଭାବେ ବରିଷ୍ଠ ନାଟ୍ୟକାର ରାମ ହରି ସାସମଲ, ଅଧ୍ୟାପିକା କବିତା ସାହୁ, ଦୀପ୍ତି ନନ୍ଦ, ମମତା ବେହେରା, ସୁଜାତା ବେହେରା ଓ ଅଞ୍ଜଳି ସେଠି ପ୍ରମୁଖ ଉପସ୍ଥିତ ଥିଲେ,ଏହି ଅବସର ରେ ଚିତ୍ରାଙ୍କନ, ବକୃତା, ନୃତ୍ୟ, ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଂକୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ବିଭିନ୍ନ ପୁରସ୍କାର ପ୍ରଦାନ କରଯାଇଥିଲା, କଲେଜର ଗୀତାଞ୍ଜଳି ସାମନ୍ତରାୟ, ଏମ ଜନାର୍ଦନ ରାଓ, ପି. ନାଗମ୍ମା ଙ୍କ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, କାର୍ଯ୍ୟକ୍ରମ କୁ ଅଧ୍ୟାପିକା କବିତା ସାହୁ ସଂଯୋଜନା କରିଥିଲେ