ଅଜିତ୍ କୁମାରଙ୍କୁ ଭାରତ ନିର୍ମାଣ ନେତୃତ୍ବ ସମ୍ମାନ
ହାଟଡ଼ିହି, (ବିକାଶ ବିଶ୍ୱାଳ ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୂଆରମ୍ପାସ ମାଟିର ପୁଅ ଉତ୍କଳ ପ୍ରେମୀ ଅଜିତ କୁମାର ସେନାପତିଙ୍କୁ ଭାରତ ନିର୍ମାଣ ନେତୃତ୍ବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଚକଦେ ସୁପର ତିରିଶ ପକ୍ଷରୁ ୩୦ ଜଣ ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ଯ ଶ୍ରୀଯୁକ୍ତ ସେନାପତି ଦୀର୍ଘ ୨୫ ବର୍ଷ ହେବ ହାଇଦ୍ରାବାଦର ଭାଗ୍ଯନଗର ଠାରେ ରହି ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି । ଜଣେ ସଫଳ ସମାଜସେବୀ ଭାବରେ ତେଲେଙ୍ଗାନାରେ ନିଜସ୍ବ ପରିଚୟ ସୃଷ୍ଟି କରିଛନ୍ତି । ଏହି କିଛି ଦିନ ତଳେ ତାଙ୍କୁ ଉତ୍କଳ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଙ୍କା ସମୟରେ ଗାଁ କୁ ଆସିଲେ ଗାଁର ଜନସାଧାରଣଙ୍କ ସହ ମିଶି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରିବାରେ ତାଙ୍କର ବିଶେଷ ଭୂମିକା ରହିଛି । ଏଭଳି ସମ୍ବର୍ଦ୍ଧନାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ଶୁଭେଚ୍ଛା ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି