ଦୁର୍ଘଟଣାକାରୀ ଟ୍ରକ ଅଟକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ଦୁର୍ଘଟଣାକାରୀ ଟ୍ରକକୁ ଅଟକ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏଚଆର ୭୪ବି ୯୮୧୮କପଡା ବୋଝେଇ ଟ୍ରକଟି ବାଲେଶ୍ୱର ପଟୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଟ୍ରକଟି ସୋର ନିକଟରେ ପଥଚାରୀଙ୍କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଏହାକୁ ଛତାବର ଟୋଲ ଗେଟ ନିକଟରେ ଅଟକ ରଖାଯାଇଥିଲା। ପରେ ଟ୍ରକଟିକୁ ଥାନା ହେପାଯତକୁ ଅଣାଯାଇଥିବା ବେଳେ ଡ୍ରାଇଭର, ହେଲପରକୁ ପୋଲିସ ପଚରା ଉଚୁରା କରୁଥିବା ଜଣାପଡିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ