ବାଲି ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଏକ ବେଆଇନ ବାଲି ଟ୍ରାକ୍ଟର ଜବତ ହୋଇଛି। ଗତ ସୋମବାର ବିଳମ୍ବିତ ରାତିରେ ଗାଡିଟି ସ୍ଥାନୀୟ ବୈତରଣୀ ନଦୀରୁ ବାଲି ବୋଝେଇ କରି ଆସୁଥିବାବେଳେ ପୋଲିସ ଏହାକୁ ଡାହାଲା ନିକଟରୁ ଜବତ କରିଥିଲା। କାଗଜପତ୍ର ଯାଞ୍ଚ ବେଳେ ଏଥିରେ ବେଆଇନ ଭାବେ ବାଲି ପରିବହନ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ବେଆଇନ ବାଲି ପରିବହନ କରୁଥିବା ଅଭିଯୋଗରେ ଡ୍ରାଇଭରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏନେଇ ଥାନା ପକ୍ଷରୁ ୩୧୪/୨୩ରେ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ