ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର କଲେକ୍ଟୋରେଟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ଘ. ୫ ଟା ୩୦ ମି ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି- ୨୦୨୩’ ଓ ଓଡିଶା ମିଲେଟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି lପ୍ରଥମେ କ୍ଲଷ୍ଟର ସ୍ତରରେ ଏବଂ ଅଧୁନା ବ୍ଲକ ସ୍ତରରେ ଶିଶୁ ମହୋତ୍ସବ ‘ସୁରଭି- ୨୦୨୩’ ଅନୁଷ୍ଠିତ ହେଉ ଅଛି ଓ ଏଥିରୁ ବଛାଯାଇଥିବା କୃତି ପ୍ରତିଯୋଗୀମାନଙ୍କୁ ନେଇ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୪ ଓ ୫ ତାରିଖ ବାଲେଶ୍ୱର ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହେବ l ବିତର୍କ, ପ୍ରବନ୍ଧ ଲିଖନ, କୁଇଜ଼, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଇତ୍ୟାଦିରେ ଜୁନିଅର (ଚତୁର୍ଥ ରୁ ସପ୍ତମ), ସିନିଅର (ଅଷ୍ଟମ ରୁ ଦଶମ), ସିନିଅର ଉଚ୍ଚ ମାଧ୍ୟମିକ (ଏକାଦଶ ଓ ଦ୍ୱାଦଶ) ଏବଂ ସି.ଡବ୍ଲୁ.ଏସ.ଏନ (ଅଷ୍ଟମ ରୁ ଦ୍ୱାଦଶ) ବର୍ଗରେ ୩୦ ରୁ ଉର୍ଦ୍ଧ୍ବ ଇଭେଣ୍ଟ ଓ ୧୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେବେ l ଚଳିତ ବର୍ଷ ମିଲେଟ ବିଷୟରେ ମଧ୍ୟ ସ୍ୱତନ୍ତ୍ର ଭାବେ କୁଇଜ଼, ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ lଜିଲ୍ଲାସ୍ତରରେ ସୁରଭି – ୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୪ ରୁ ୧୬ ପର୍ଯ୍ୟନ୍ତ ୟୁନିଟ- ୯ ବାଳକ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି – ୨୦୨୩ ଏବଂ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ lଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଶ୍ଚିତ କରିବାପାଇଁ ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଭଳି ଲାଇନ ବିଭାଗ ଉଭୟ ଦିନରେ ନିୟୋଜିତ ହେବେ ବୋଲି ବୈଠକରେ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଏବଂ ଇଭେଣ୍ଟ ସମୟରେ ପ୍ଲାଷ୍ଟିକର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ |ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ସମଗ୍ର ଶିକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ –ତଥା-ପ୍ରକଳ୍ପ ନିର୍ଦ୍ଦେଶକ, କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା), ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷା ସଂଯୋଜକ- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଏବଂ ଆର୍ଥିକ ପରାମର୍ଶଦାତା, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ଅଛି I