ପ୍ରୟାସ ତରଫରୁ ନବରାତ୍ରି ଉଛବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଉତ୍କଳ ତଥା ସାରା ଭାରତ ବର୍ଷ ର ହିନ୍ଦୁ ପର୍ବ ମାନଙ୍କ ମଧ୍ୟରେ ନବରାତ୍ରି ଏକ ବିଶେଷ ପର୍ବ ଭାବେ ପରିଚିତ. ଏହି ପର୍ବ ନଅ ରାତ୍ରି ଏବଂ ଦଶ ଦିନ ପାଳନ କରାଯାଇଥାଏ. ପ୍ରତିବର୍ଷ ଶରତ ଋତୁ ରେ ଏହା ଅନୁଷ୍ଠିତ ହୋଇଥାଏ. ପ୍ରତିବର୍ଷ ପରି ଚଳିତ ବର୍ଷ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ପ୍ରୟାସ “ପକ୍ଷରୁ ଆରମ୍ଭ କରାଯାଇଛି ମା ଦୁର୍ଗା ଙ୍କୁ ସମର୍ପିତ ଏହି ନବରାତ୍ର ଉତ୍ସବ. ଚଳିତ ଅକ୍ଟୋବର 19 ତାରିଖ ରୁ ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ୟୁନିଟ 3 ପ୍ରଦର୍ଶନୀ ପଡିଆ ଠାରେ ସନ୍ଧ୍ୟା 6 ଘଟିକା ଠାରୁ ରାତ୍ରି 10 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ପ୍ରୟାସ ର ଅଧ୍ୟକ୍ଷ ବନ ମହାନ୍ତି ମତବ୍ୟକ୍ତ କରିଛନ୍ତି ଯେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ, ପ୍ରତିଯୋଗିତା, ଦାଣ୍ଡିଆ ନୃତ୍ୟ, ଉନ୍ନତ ଧରଣର ଲାଇଟ ବ୍ୟାଣ୍ଡ,22,500 ବର୍ଗ ର ମଞ୍ଚ, ମାନ୍ୟଗଣ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି, ସମ୍ବର୍ଦ୍ଧନା ପ୍ରମୁଖ ଆକର୍ଷଣୀୟ ହେବ. ପ୍ରୟାସର ଏହି ମହତ ଓ ଅଭିନଵ କାର୍ଯ୍ୟକ୍ରମ ପାଇଁ ଶୁଭେଛୁ ମାନଙ୍କ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି. ଚଳିତ ବର୍ଷ ପ୍ରୟାସ ଦଶମ ନବରାତ୍ର ଉତ୍ସବ ଆୟୋଜନ କରିବାକୁ ଯାଉଛି. ଉତ୍କଳର କଳା, ସଂସ୍କୃତି, ପରମ୍ପରାକୁ ଆଗେଇ ନେବାର ପ୍ରୟାସ ଆଗକୁ ବି ଜାରି ରହିବ. ପରସ୍ପର ଭାତୃଭାବ, ସ୍ନେହ, ଆଦର ତଥା ମା ଦୁର୍ଗା ସମସ୍ତଙ୍କୁ ଆଶିଷ ପ୍ରଦାନ କରନ୍ତୁ. 19 ଅକଟୋବର ସନ୍ଧ୍ୟା 6 ଟାରେ ପ୍ରୟାସ ଉତ୍ସବ ଉଦଘାଟନ ହେବାକୁ ଯାଉଛି.


