ଗଜପତିର କିଶୋର ରଥ ଏସୀୟ କ୍ରୀଡା ପାଇଁ ମନୋନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀ ଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ନଭେମ୍ବର ୮ ରୁ ୧୨ ତାରିଖରେ ଫିଲିପାଇନସରେ ହେବାକୁ ଥିବା ଏସୀୟ କ୍ରୀଡା ପ୍ରତିଯୋଗିତାରେ ୧଼୦୦ ମିଟର ଟ୍ରିପଲ୍ ଜମ୍ପରେ ସେ ଭାଗ ନେବେ. ଓଡିଶାରୁ ୮ ଜଣ ଯୋଗ୍ୟ କ୍ରୀଡାବିତଙ୍କ ମଧ୍ୟରୁ ଶ୍ରୀ ରଥ ଅନ୍ୟତମ। ପୂର୍ବରୁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ବହୁ ସ୍ଵର୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କରି ଏହି ବିରଳ ପ୍ରତିଭାପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଶୋର ରଥ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା କତଲକଇଁଠା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି. ହେଲେ ବର୍ତ୍ତମାନ ସେ ସପରିବାର ସହ ପାରଳାଖେମୁଣ୍ଡି ସହରର ଲକ୍ଷ୍ମୀ ନଗରରେ ରହି ଆସୁଛନ୍ତି. ତାଙ୍କର ଏହି କୃତିତ୍ୱ ପାଇଁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠିଙ୍କ ସମେତ ବହୁ ପଦାଧିକାରୀ ଓ ବ୍ୟକ୍ତି ବିଶେଷ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି.


