ଗୋରୁମହିଷାଣୀରେ ୧୫ ବର୍ଷର ହରପାର୍ବତୀ ପୂଜା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରୁମହିଷାଣୀ ବଜାରରେ ଶାରଦୀୟ ଅବସରରେ ୧୫ ବର୍ଷ ହେଲା ମଣ୍ଡପରେ ହରପାର୍ବତୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ କରାଯାଉଛି ।ଏ ଅଞ୍ଚଳର ଏହା ଗଣ ପର୍ବ । ଶାରଦୀୟ ଦୁର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । ଆକର୍ଷଣୀୟ ତୋରଣ, ମନଓଲଓଭଆ ହରପାର୍ବତୀଙ୍କ ମୃଣ୍ମୟ ମୂର୍ତ୍ତି ଓ ରଙ୍ଗବେରଙ୍ଗ ଆଲୋକସଜ୍ଜା ସମସ୍ତଙ୍କୁ ଆକର୍ଷଣ କରୁଛି ।ପଣ୍ତିତଙ୍କ ବେଦମନ୍ତ୍ର,ଧ୍ବନି, ଚଣ୍ଡୀ ପାଠ, ହୋମଯଜ୍ଞରେ ସମଗ୍ର ଅଂଚଳର ଆଧ୍ୟାତ୍ମିକ ପରିବେଶ ପ୍ରକମ୍ପିତ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଛି । ଗୋରୁମହିଷାଣୀ ଆଖପାଖ ସମେତ ପଡୋଶୀ ଝାଡଖଣ୍ଡରୁ ବହୁ ଶ୍ରଦ୍ଧାଳୁ ମଣ୍ଡପକୁ ଆସି ହରପାର୍ବତୀ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଦେଷ୍ଟା ଦୟାନିଧି ମହାକୁଡଙ୍କ ସମେତ ହାମ୍ବାଇ କିସ୍କୁ,ମାଧିଆ ସୋରେନ,ରାଜୁ ସିଂ,ଦିଲିପ ସେଠୀ,ରତନ ହାଁସଦା,ବିଜୟ ସେଠୀ,ନନ୍ଦ ମୁଣ୍ଡା,ପ୍ରଦୀପ ବେହେରା, ମନୋରଞ୍ଜନ ସେଠୀ,ପ୍ରଦୀପ କାଳନ୍ଦୀ ଙ୍କ ସମେତ ହରପାର୍ବତୀ ପୂଜା କମିଟିର ଅନ୍ୟ ସଦସ୍ଯବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।


