କୁଲେଇଶିଳା ବଡ଼ ମଣ୍ଡପରେ ୫୦ ଵର୍ଷ ରୁ ଉର୍ଦ୍ଧ୍ବ ମା’ ଙ୍କ ଶାରଦୀୟ ପୂଜା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ କୁଲେଇଶିଳା ପଞ୍ଚାୟତ ଅନ୍ତର୍ଗତ ସାପ୍ତାହିକ ହାଟ ସନ୍ନିକଟ କୁଲେଇଶିଳା ବଡ଼ ମଣ୍ଡପରେ ୫୦ ବର୍ଷରୁ ଉର୍ଦ୍ଧ୍ବ ହେଲା ୪ ଦିବସୀୟ ମା’ ଶାରଦୀୟ ଦୁର୍ଗାପୂଜା ଶାନ୍ତଶୃଙ୍ଖଳାର ସହ ପାଳନ କରାଯାଉଛି । ଶୁକ୍ରବାର ଷଷ୍ଠୀରୁ ଆଜି ମଙ୍ଗଳବାର ଦଶହରା ପର୍ଯ୍ୟନ୍ତ ମା’ ଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଉଛି । ଗୋରୁମହିଷାଣୀ ଅଂଚଳର ଏହା ଏକ ବଡ଼ ପର୍ବ ।ଏହି ମଣ୍ଡପରେ ଆକର୍ଷଣୀୟ ତୋରଣ,ଆଲୋକ ସଜ୍ଜା,ମା’ ଙ୍କ ସାନ୍ନିଧ୍ୟ ଲାଭ ପାଇଁ ଗୋରୁମହିଷାଣୀ ଆଖପାଖ ଏବଂ ପଡୋଶୀ ଝାଡଖଣ୍ଡରୁ ଭକ୍ତମାନେ ଛୁଟି ଆସିଥିଲେ ।ଚଳିତ ଵର୍ଷ ପାଇଁ ଅନୁକୂଳ ଥିବାରୁ ଵହୁ ଭକ୍ତଙ୍କ ସମାଗମ ହୋଇଥିଲା । ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ରାଜେଶ ସାହୁ, ଶଙ୍କର ମାଝୀ,ବାପି ପାତ୍ର,ବିକାଶ ମଣ୍ଡଳ,ବିଜୟ ଲାଲ,ଅମିତ ଦାସ,ଟିକି ଦାସ,ଗୌରବ ରାମ,ବିଜୟ ନାୟକ,ବିକାଶ ଵାହୁତି,ରାଜେଶ ମୁଣ୍ଡା,ଆଲୋକ ମହାକୁଡ, ଦୟାନିଧି ଗିରି,ଅରୁଣ ମହାକୁଡ,ବିକି ଗିରି,ଯୋଗୁ ପାତ୍ର ଙ୍କ ସମେତ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।


