ଲୋକପ୍ରିୟ ଶିକ୍ଷକ ପିତାମ୍ବର ମିଶ୍ରଙ୍କ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ଲକ ଅନ୍ତର୍ଗତ ବାଲିଆ ବଣହରା ଅଞ୍ଚଳର ଲୋକପ୍ରିୟ ଧର୍ମ ପରାୟଣବ୍ୟକ୍ତି ତଥା ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ପିତାମ୍ବର ମିଶ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବକୀନନ୍ଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସ୍ୱର୍ଗତ ମିଶ୍ରଙ୍କ ଶୁଭେଛୁ କାର୍ତ୍ତିକ ଚରଣ ନାୟକ, ମଦନମୋହନ ବେହେରା, ଦାମୋଦର ତ୍ରିପାଠୀ, ରମେଶ ଚନ୍ଦ୍ର ପତି, ଉମେଶ ଚନ୍ଦ୍ର ପତି, ପୂର୍ଣ୍ଣଚନ୍ଦ୍ର ପତି, ଅଧ୍ୟାପକ ବାଦଲ କୁମାର ରଥ, ଜ୍ୱାଇଁ ବିଜୟ କୁମାର ତ୍ରିପାଠୀ, ଡା. ବନ ବିହାରୀ ଶତପଥୀ, ବିପିନବିହାରୀ ଶତପଥୀ, ରାଜକିଶୋର ଲେଙ୍କା, ପୁତ୍ରବଧୁ ଶର୍ମୀଳା ପତି, ସୋନମ ଶତପଥୀ, ପ୍ରିୟଦର୍ଶିନୀ ପଣ୍ଡା, କନ୍ୟା ମଧୁସ୍ମିତା ମିଶ୍ର ଓ ରଶ୍ମିରଞ୍ଜିତା ମିଶ୍ର ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତିସଭାକୁ କନିଷ୍ଠ ପୁତ୍ର ଦିଲ୍ଲିପ କୁମାର ମିଶ୍ର, ମଧ୍ୟମପୁତ୍ର ଲଳିତମୋହନ ମିଶ୍ର, ସୁନିଲ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବି, ସତ୍ୟରଞ୍ଜନ ରାଉତ, ମହିମା ପ୍ରକାଶ ଭୂୟାଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।