ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଛେନାପଦି ଛକର ଜଣେ ଯୁବକ କାଠିଆସରା ସ୍ଥିତ ନିଜ ବାସଭବନକୁ ଯାଇଥିବା ବେଳେ ଛିଣ୍ଡିପଡିଥବବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ପ୍ରାଣ ପରାଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗତକାଲି ପବିତ୍ର ଦଶହରା ଦିନ ରତିକାନ୍ତ ସାମଲଙ୍କ ଏକମାତ୍ର ପୁଅ ଦୀପକ ସାମଲ (୩୧) କାଠିଆସରାସ୍ଥିତ ନିଜ ଘରକୁ ଯାଇଥିବାବେଳେ ଛିଣ୍ଡିପଡିଥିବା ଏକ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଯାଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଦୁଃଖଦ ଖବର ପ୍ରଚାରିତ ହେବାମାତ୍ରେ ଡାକ୍ତରଖାନାରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଆନନ୍ଦପୁର ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଆଜି ସକାଳେ ଶବ ବ୍ୟବଚ୍ଛେଦ କରାଇଥିଲା । ଦୀପକର ମରଶରୀର ଆଜି ଦିନ ୧୧ଟା ବେଳେ ଆସି ଛେନାପଦିଛକରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସମସ୍ତ ପରିବାର ଲୋକେ ସଂସ୍କାର ସମୟରେ ଉପସ୍ଥିତ ଥିଲେ ।


