ସାହିତ୍ୟ ଘର ଭଞ୍ଜନଗର ତରଫରୁ ଶାରଦୀୟ କବିତା ଆସର ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାହିତ୍ୟ ଘର ତରଫରୁ ସ୍ଥାନୀୟ ଜାମପଲ୍ଲୀ ସ୍ଥିତ କାଳଞ୍ଜି ସମାଜ ଗୃହ ପରିସରରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ସାହିତ୍ୟ ଘରର ସଭାପତି ପ୍ରଫେସର କୃତିବାସ ବିଶ୍ବାଳ, ଦୁଇ ପ୍ରମୁଖ ଉପଦେଷ୍ଟା ଶୂଳପାଣି ଶତପଥୀ ଓ ମନୁନନ୍ଦ ପତି, ବରିଷ୍ଠ ସଦସ୍ୟ ସରୋଜ ନନ୍ଦ,ବଳରାମ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ ସଂପାଦକ ସଂତୋଷ ଜେନା କବିତା ପାଠକୁ ସଂଯୋଜନା କରିଥିଲେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ବରିଷ୍ଠ ସଦସ୍ୟ ସୁବାଷ ଚନ୍ଦ୍ର ତାରିଣୀ, ଅଶୋକ କୁମାର ସ୍ବାଇଁ, ରବିନାରାୟଣ ମହାନ୍ତୀ,ଦ୍ୟୁତିକୃଷ୍ଣ ଲେଙ୍କା,ତ୍ରିନାଥ ବେହେରା,ରାମଚନ୍ଦ୍ର ପଣ୍ଡା , କୁମାର କର୍ତିକେଶ୍ୱର୍ ପ୍ରଧାନ, ବାଲାଜୀ ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ କବି ଯେହେତୁ ପ୍ରକୃତିର ଉପାସକ ଏଣୁ ଶରତ ଋତୁ ର ଆଗମନରେ କିପରି ସେମାନଙ୍କ ଠାରେ ଭାବାନ୍ତର ସୃଷ୍ଟି ହୁଏ ପୁଣି ଦଶହରାର ଦୂର୍ଗାପୂଜା ମାହୋଲ କିପରି କବି କବୟିତ୍ରୀଙ୍କୁ ଚଳଚଞ୍ଚଳ କରେ ଓ ସେ କବିତା ମାଧ୍ୟମରେ ନିଜର ଭାବାବେଗକୁ ପରିପ୍ରକାଶ କରିଥାନ୍ତି ସେ ସମ୍ବନ୍ଧରେ ମଞ୍ଚାସୀନ କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ ଶେଷରେ କୋଷାଧ୍ଯକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ