ଗଜଲକ୍ଷ୍ମୀ ପୂଜା ପାଇଁ ବନ୍ତ ବଜାର ଚଳଚଞ୍ଚଳ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ରାତି ଠାରୁ ଆରମ୍ଭ ହେଉଛି ମା’ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ । ଏନେଇ ବନ୍ତ ନୂଆବସଷ୍ଟାଣ୍ଡସ୍ଥିତ ପୂଜା ମଣ୍ଡପ ଓ କେନ୍ଦୁଆପଦା ଛକସ୍ଥିତ ପୂଜା ମଣ୍ଡପରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଡିଗିପୋଖରୀସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟରେ ପୂଜା ମଣ୍ଡପ ସହିତ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ସହିତ ପାଶ୍ୱର୍ରେ ବାରୁଆଳୀ ଆଦି ମୂର୍ତ୍ତି ନିର୍ମାଣ କରାଯାଇଛି । ପୂଜା ମଣ୍ଡପ ସମେତ ସିନେମା ହଲ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଉଛି । ସେହିପରି କେନ୍ଦୁଆପଦା ଛକସ୍ଥିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ସହିତ ପାଶ୍ୱର୍ ବାରୁଆଳୀ ମୂର୍ତ୍ତି ନିର୍ମାଣ କରାଯାଇଛି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ଥାନା ଛକ ଠାରୁ କେନାଲ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ରଙ୍ଗବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କରାଯାଉଛି । ଏହି ପୂଜା ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ବର୍ଷ ଅନୁକୂଳ ପାଗ ଥିବା ଯୋଗୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାକୁ ଆସିବେ ବୋଲି ଅନୁମାନ କରାଯାଇଛି । ଦର୍ଶକ ମାନଙ୍କ ରୁଚି ଅନୁଯାୟୀ ପୂଜା ମଣ୍ଡପ ନିକଟରେ ବିଭିନ୍ନ ଦୋଳି, ମୀନା ବଜାର, ଚାଟ, ମନୋହରୀ ଦୋକାନ ଖୋଲିଥିବା ଦେଖାଯାଇଛି । ଶାନ୍ତିଶୃଂଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ