ଗଜପତିର କାନାଡ଼ା ଗ୍ରାମ ଠାରୁ ଜଙ୍ଗଜଙ୍ଗ ଜକ୍ସନ ରାସ୍ତା ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଜଙ୍ଗଜଙ୍ଗ ଛକ ଠାରୁ କାନାଡ଼ା ଗ୍ରାମ ପଯ୍ୟନ୍ତ ରହିଥିବା ରାସ୍ତାରୁ ୫ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡି ମରଣଯନ୍ତା ପାଲଟିଛି. ଏହି ରାସ୍ତାରେ ୨ ଚକିଆ ଯାନ ବି ଚଳାଚଳ କରିପାରୁନାହିଁ. ସାଧାରଣତଃ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ଯେକୌଣସି କାମରେ ବ୍ଲକ ମହକୁମାକୁ କେବଳ ପାଦ ଚଲାରେ ହିଁ ଯିବା ଆସିବା କରିଥାନ୍ତି. ଏହି ସମୟରେ ଖାଲଖମା ଓ ପଥୁରିଆ ରାସ୍ତାରେ ଝୁଣ୍ଟି ପଡି ଖଣ୍ଡିଆ ଖବରା ହେଉଥିବା ବହୁ ନଜର ରହିଛି. ସାଧାରଣତଃ କୌଣସି ଲୋକଙ୍କ ଦେହ ହଟାତ ଖରାପ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ସଦାସର୍ବଦା ଲୋକେ ଖଟିଆ ଓ ଦୋଳାରେ ଏମାନଙ୍କୁ ବହୁ ପରିଶ୍ରମରେ ବୋହି ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ. ସମ୍ପୃକ୍ତ ରାସ୍ତାଟି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 5 ଶହ ମିଟର ଦୂରରେ ରହିଛି. ତଥାପି ପଦାଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ରାସ୍ତାର ପୁନଃରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଘଟଣାରୁ ପ୍ରକାଶଯେ ଅବହେଳିତ ଅବସ୍ଥାରେ ଗାଁ କୁ ରାସ୍ତା। ବିପର୍ଯ୍ୟସ୍ତ ହୋଇଛି ଅଞ୍ଚଳର ଗମନାଗମନ। ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ। ନିର୍ମାଣ ହୋଇପାରିନି ବ୍ଲକକୁ ସଂଯୋଗ କରୁଥିବା ଅତି ନିକଟବର୍ତ୍ତୀ ରାସ୍ତା। ଆଜି ବି ଦୁର୍ଦ୍ଦଶାରେ ଚାଲି ଚାଲି ଯାତାୟାତ କରୁଛନ୍ତି ଲୋକେ। ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ ପି. ଅନ୍ତରଡା ଗ୍ରାମ ପଞ୍ଚାୟତର ଜଙ୍ଗଜଙ୍ଗ ଛକଠାରୁ କାନାଡ଼ା ଗାଁକୁ ନାହିଁ ପକା ରାସ୍ତା। ମାଟି ଓ ପଥୁରିଆ ଆବଡା ଖାବଡ଼ା ଅଣ ଓସାରିଆ ହୋଇ ଅବହେଳିତ ଅବସ୍ଥାରେ ରହିଛି ରାସ୍ତା। ଆଜିବି ମାଟି ଓ ପଥୁରିଆ ଆବଡା ଖାବଡ଼ା ରାସ୍ତା ଯୋଗୁ ଛାତ୍ର ଛାତ୍ରୀ ପାଠପଢ଼ା ନିମନ୍ତେ ବିଦ୍ୟାଳୟ କିମ୍ବା କଲେଜ ଯିବା ଆସିବା ହେଉ କି ବ୍ୟବସାୟ କ୍ଷେତ୍ରରେ ହେଉ କିମ୍ବା ବିଭିନ୍ନ ଓଫିସ କାର୍ଯ୍ୟରେ ହେଉ ପ୍ରତିଦିନ ଚାଲି ଚାଲି ନୂଆଗଡ଼କୁ ଯିବାକୁ ପଡୁଛି। ରୋଗୀଙ୍କୁ କିମ୍ବା ଗର୍ଭବତୀ ମାଁ ମାନଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି। ରାସ୍ତାର ସୋଚନୀୟ ଅବସ୍ଥା ଥିବାରୁ ଆମ୍ବୁଲାନ୍ସ ଆସି ପାରୁନାହିଁ। ପକା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଠାରେ ଦାବି କରି ଆସିଛୁ। କିନ୍ତୁ କିଛି ସୁଫଳ ମିଳିନାହିଁ। ବିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀ ଆସି ରାସ୍ତା ସମସ୍ୟା ଦେଖିଛନ୍ତି l ହେଲେ ରାସ୍ତା ନିର୍ମାଣ ପାଇଁ କେହି ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ। ଗାଁ କୁ ପକା ରାସ୍ତା ଟିଏ ହେଉନଥିବା ଯୋଗୁଁ ଭୋ ଭୋ ହୋଇ କାନ୍ଦି କାନ୍ଦି ଦୁଃଖ ଜଣାଇଛନ୍ତି ଲୋକେ। ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୪/୫ କିଲୋମିଟର ଦୂର ଏହି ରାସ୍ତା। ଏହି ରାସ୍ତାରେ ପି. ଅନ୍ତରଡା ଗ୍ରାମ ପଞ୍ଚାୟତର ଜଙ୍ଗଜଙ୍ଗ, କାନାଡ଼ା ଗ୍ରାମ ପରେ ଆର ପକ୍ଷ ଦେଖିଲେ କେରେଡାଙ୍ଗ ପଞ୍ଚାୟତର ଉଡ଼ାଶିଂ, ତେରେମେଣ୍ଡା, ମେରମେଣ୍ଡା ଗ୍ରାମ ଅବସ୍ଥିତ। ଏହି ଗ୍ରାମ ମାନଙ୍କର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ସମସ୍ତ କାର୍ଯ୍ୟ ନିମନ୍ତେ ଚାଲି ଚାଲି ଯାଆନ୍ତୁ। ତେଣୁ ପକା ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀ ଏବଂ ଅଞ୍ଚଳ ବାସି ସରକାରଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ