ଗଞ୍ଜାମରେ ମିଳୁଛି, ହେଲେ ଗଜପତିର ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଯକ୍ଷ୍ମା ରୋଗୀ ଶିଶୁଙ୍କୁ ଔଷଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଞ୍ଜାମ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ସବୁ ବର୍ଗର ଯକ୍ଷ୍ମା ରୋଗୀଙ୍କୁ ମିଳୁଛି ଆବଶକ୍ୟ ଔଷଧ. ହେଲେ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ସରକାରୀ ଡାକ୍ତରଖାନରେ ଯକ୍ଷ୍ମା ରୋଗରେ ପୀଡିତା ଶିଶୁଙ୍କୁ ଆବଶକ୍ୟୟ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ରହିଛି. ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗଦେଇ ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।ହେଲେ ଯକ୍ଷ୍ମା ରୋଗୀଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ରରେ ଔଷଧ ମିଳୁନଥିବା ଅଭିଯୋଗ ହେଉଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକର ଦୁର୍ଗ ମ ଚଳ ଡେଙ୍ଗେ ସଖାଳ ପଂଚାୟତ ଦୁଗାପେଟା ଗାଁର କୁନି କନ୍ଧଙ୍କ ୭ବର୍ଷର ପୁଅ ଏବିୟ କନ୍ଧ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ପରେ ପରିବାର ଲୋକେ ତାକୁ ନେଇ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନରେ ଭର୍ତି କରିଥିଲେ । ସେଠାରେ ଗୋଟିଏ ସପ୍ତାହ ଶିଶୁବିଭାଗରେ ଚିକିତ୍ସିତ ହେଉଛନ୍ତି । ତେବେ ଦୁଇ ମାସ ହେଲାଣି ରୋଗୀର ଔଷଧ ଶେଷ ପରେ ମୋହନା ଗୋଷ୍ଠ ସ୍ଵାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ଔଷଧ ନେବାକୁ ଉପଲବ୍ଧ ନଥିବାରୁ ବାରମ୍ବାର ମେଡିକାଲ ଆସି ନିରାଶ ହେବାକୁ ପଡ଼ୁଛି । ମେଡିକାଲକୁ ଆସି ନିରାଶ ହେବାକୁ ପଡ଼ୁଛି ମେଡିକାଲରେ ଛୋଟ ପିଲାଙ୍କ ପାଇଁ ଟିବି ଔଷଧ ଉପଲବ୍ଧ ନାହିଁ । କେବଳ ବୟସ୍କଙ୍କ ପାଇଁ ଔଷଧ ଥ‌ିବା କହି ଫେରାଇ ଦେଇଥିଲେ ମୋହନା ମେଡିକାଲର କର୍ମଚାରୀ । ପରେ ପରିବାର ଲୋକେ ଔଷଧ ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲେ କିନ୍ତୁ ସେଠାରେ ମଧ୍ୟ ଔଷଧ ନ ଥୁବ ଡାକ୍ତର କହିଥିଲେ.ବର୍ତମାନ ମାଆ ନିଜ ପୁଅର ମେଡିସନ ପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ନୟାନ୍ତ । ତେବେ ଏ ସମ୍ପର୍କରେ ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେମୋହନା ଓ ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଉକ୍ତ ଔଷଧ ଉପଲବ୍ଧ ନାହିଁ । ଯାହା କେନ୍ଦ୍ରରୁ ବିତରଣ କରାଯାଇନଥିବା ବେଳେ ତିନି ମାସ ହେଲା ତାହା ମିଳୁନଥୁବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ପାତ୍ର ପଚାରିବାରୁ ସେକହିଥଲେ ଶିଶୁ ଯକ୍ଷ୍ମା ରୋଗ ଔଷଧ ନଥୁବା ଅବଗତ ମୁଁ ଅଛି । ଖୁବ୍ ଶୀଘ୍ର ଔଷଧ ଉପଲବ୍ଧ ବ୍ୟବସ୍ଥା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ