ବିଦ୍ୟୁତ୍ ସଂସ୍ପର୍ଶରେ ନାବାଳକ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ନାବାଳକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗରର ୟୁ ଶ୍ୟାମ ସୁନ୍ଦର ରାଓ (୧୫ ) ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ପକ୍ରାରେ ଶ୍ୟାମ ସୁନ୍ଦର ସାଙ୍ଗମାନଙ୍କ ସହିତଏକ ଘର ଛାତ ଉପରେ ଖେଳୁଥିବା ସମୟରେ ଉପର ଦେଇ ଯାଇଥିବା ଉଚ୍ଚସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତାଙ୍କୁ ତାଙ୍କପରିବାର ଲୋକେ ଓ ଗ୍ରାମବାସୀ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଶ୍ରୀକାକୁଲମ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗୁରୁତର ଶ୍ୟାମ ସୁନ୍ଦର ଗୁରାଣ୍ଡି ସ୍ଥିତ ଏସକେସିଜି ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି । ଦଶହରା ଛୁଟିଥିବାରୁ ଘରକୁ ଆସିଥିଲେ । ସୂଚନା ଯୋଗ୍ୟ ପୂର୍ବରୁ ଦୁଇରୁ ତିନି ଜଣ ଉକ୍ତ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକର୍ମଣ୍ୟ ହୋଇଥିବାଗ୍ରାମବାସୀ କହିଛନ୍ତି । ଏନେଇ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାରଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।ଜନବସତି ଦେଇ ଯାଇଥିବା ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରକୁ ତୁରନ୍ତସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏ ଦିଗରେ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୁରାଣ୍ଡି ଗ୍ରାମବାସୀ ।


