୧୮୦୪ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ” ଓ “ନିର୍ବାଣ ପଥେ”ପୁସ୍ତକ ଲୋକାର୍ପିତ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବ୍ରିଟିଶ ଛାତିରେ ହୃତ୍ କମ୍ପନ ସୃଷ୍ଟି କରିଥିବା ଦୁର୍ଦ୍ଧସ ବୀର, ଶହୀଦ୍ ଜୟୀ ରାଜଗୁରୁ ଜଣେ ସଚ୍ଚା ଦେଶପ୍ରେମୀ ଓ ତାଙ୍କ ଅଭୂତପୂର୍ବ ତ୍ୟାଗ ଓ ବଳିଦାନର ତୁଳନା ନାହିଁ ବୋଲି ଓଡ଼ିଆ ପୁଅର ଅସ୍ମିତା,ସ୍ବାଭିମାନ ଓ ବୀରତ୍ୱର ଗାଥାକୁ ବଜାୟ ରଖି ସ୍ବାଭିମାନର ସହ ସମାଜ ଓ ଦେଶହିତରେ ମନଦେବାକୁ ଡେଲାଙ୍ଗ ଷ୍ଟେସନ୍ ସନ୍ନିକଟ ଡପୁରସ୍ଥ ବାଲିକପିଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ସାରସ୍ବତ ସାଧକ ସତ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ “୧୮୦୪ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ”ଓ ସୁଲେଖକ ଅଜୟ କୁମାର ସେଠୀଙ୍କ ଲେଖନୀ ନିଃସୃତ”ନିର୍ବାଣ ପଥେ” ପୁସ୍ତକଦ୍ବୟର ଲୋକାର୍ପଣ,ସମୀକ୍ଷା ଓ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ,ବାଗ୍ମୀ ଡଃ ପାରେଶ୍ବର ସାହୁ, ସମ୍ମାନିତ ଅତିଥିଓବକ୍ତା ଭାବେ ସାକ୍ଷୀଗୋପାଳ ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟର ଅଧ୍ୟାପିକା ସ୍ବର୍ଣ୍ଣଲତା ମାହାରୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସୁସଙ୍ଗୀତଜ୍ଞ ଡଃ ଅଜୟ କୁମାର ବିଶ୍ବାଳ, ସୁସାହିତ୍ୟିକ ଡଃ ବାପି ସାହୁ, ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସଭାର ସଭାପତି ଯୋଗୀନାଥ ବଳିୟାର ସିଂହ , ଶିକ୍ଷାବିତ୍ ସତ୍ୟବାନ୍ ଶ୍ରୀଚନ୍ଦନ, ଜମ୍ବେଶ୍ଵର ମଙ୍ଗରାଜ, କାଶୀନାଥ ମହାପାତ୍ର,ପ୍ରବଚକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସହ ଇତିହାସ ପ୍ରେମୀ, ସାହିତ୍ୟ ସଂସ୍କୃତିପ୍ରେମୀ, ସମାଜସେବୀ ଓ ପାଇକ ଦଳବେହେରାଙ୍କ ଦାୟାଦ ମାନେ ଯୋଗଦେଇ ସାମ୍ପ୍ରତିକ ସମାଜକୁ ଦିଗ୍ ଦର୍ଶନ ଦେଇଛନ୍ତି।ରେଙ୍ଗଳ ସାହିତ୍ୟ ସଂସଦ ଓ ଶ୍ୟାମସୁନ୍ଦର ପାଠାଗାରର ମିଳିତ ସହଯୋଗ ଏବଂ ଲେଖକ ସତ୍ୟରଞ୍ଜନ ମିଶ୍ର ଓ ଶିକ୍ଷକ କୈଳାସ ପ୍ରଧାନ,ବିରାଟ ବଳିୟାର ସିଂହଙ୍କ ପ୍ରତ୍ୟେକ୍ଷ ଦାୟିତ୍ଵରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ଅଜୟ କୁମାର ମାନ୍ଧାତା ସଭାପତିତ୍ବ କରିଥିଲେ । ଆମନ୍ତ୍ରିତ ଅତିଥି ଓ ବକ୍ତା ଭାବେ ବୁଦ୍ଧିଜୀବୀ ଯୁଧିଷ୍ଠିର ବେହେରା, ନିମାଇଁ ଚରଣ ଖଣ୍ଡାୟତ ରାୟ, କେଦାରେଶ୍ୱର ଜଗଦେବ,ପ୍ରଭାସ ମହାରଣା,ଅଜୟ ପାତ୍ର, ରଘୁନାଥ ମହାପାତ୍ର,ଭଜମନ ଦଳବେହେରା, ପ୍ରସନ୍ନ ଷଡଙ୍ଗୀ,ତ୍ରିଲୋଚନ ମହାପାତ୍ର, ଶଶି ଭୂଷଣ ପାଲଟା ସିଂହ, ଲକ୍ଷ୍ମୀନାରାୟଣ ପାଠୀ, ରାଜକିଶୋର ପରିଡା ପ୍ରମୁଖ ଯୋଗଦେଇ ଜୟୀ ରାଜଗୁରୁଙ୍କ ଅପୂର୍ବ ଦେଶପ୍ରୀତି, ଗଡ଼ଜାତ ଅଞ୍ଚଳର ତତ୍କାଳୀନ ପାଇକ ଦଳବେହେରା ଓ ଅନ୍ୟ ସଂଗ୍ରାମୀ ମାନଙ୍କ ଚେତନାରେ ପ୍ରତିଟି ଓଡ଼ିଆ ଉଦବୋଧିତ ହେବାକୁ ଆହ୍ବାନ୍ ଦେଇଥିଲେ।। ଶ୍ରୀଯୁକ୍ତ ମିଶ୍ର ,ତାଙ୍କ ପୁସ୍ତକରେ କେତେକ ଅନାଲୋଚିତ ବିଷୟ ଯଥା ଜୟୀ ରାଜଗୁରୁଙ୍କ ସହ ସଂଗ୍ରାମୀ ବଂଶ ଓ ଗଡ଼ଜାତ ଅଞ୍ଚଳର ସଂପୃକ୍ତି,ଐତିହାସିକ ସ୍ଥାନ, ରାଜଗୁରୁଙ୍କ ଯୋଜନାବଦ୍ଧ କାର୍ଯ୍ୟ ଓ ଶ୍ରୀଯୁକ୍ତ ସେଠୀ ତାଙ୍କ ପୁସ୍ତକରେ ସମାଜରୁ ସମସ୍ତ କଳୁଷିମାକୁ ଦୂରୀଭୂତ କରିବାର ସ୍ବର ପ୍ରତିଫଳିତ ବୋଲି ଉଭୟ ସୂଚନା ଦେଇଥିଲେ।।ମୁଖ୍ୟ ଅତିଥି ଅଧ୍ୟାପକ ଡଃ ସାହୁ, ଡଃ ବିଶ୍ବାଳ,, ଅଧ୍ୟାପିକା ଶ୍ରୀମତୀ ମାହାରୀ, ପୁସ୍ତକ ଦ୍ବୟର ସମୀକ୍ଷା ପୂର୍ବକ ଲେଖକଙ୍କୁ ପ୍ରଶଂସା କରି ଆମ ଗରିମାମୟ ଇତିହାସ ଓ ସାହିତ୍ୟ ,ସାହସ ଓ ସଦ୍ ଭାବନାର ଗନ୍ତାଘର ବୋଲି ବର୍ଣ୍ଣନା କରିଥିଲେ।। ସୁନାମଧନ୍ୟ ଉପସ୍ଥାପକ, ଉଦୀୟମାନ ଯୁଵ ପ୍ରତିଭା ଆଶିଷ କୁମାର ସ୍ବାଇଁ ଓ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ମାଧୁର୍ଯ୍ୟପୁର୍ଣ୍ଣ ଶବ୍ଦ ସଂଯୋଜନା ମାଧ୍ୟମରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାଜସେବୀ ତଥା ଶିକ୍ଷକ ବିରାଟ ବଳିୟାର ସିଂହ, କୈଳାସ ପ୍ରଧାନ,ଅଭୟ ସାହୁ ଓ ସତ୍ୟରଞ୍ଜନ ମିଶ୍ର ସମିଳିତ ସଂଯୋଜନାରେ କାର୍ଯ୍ୟକ୍ରମଟି ସଫଳ ହେଲା । ପରିଚାଳନାରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ଜିତେନ୍ଦ୍ର ନାଥ ପ୍ରଧାନ, ଯୁବ ପ୍ରତିଭା ନିରଞ୍ଜନ ପ୍ରଧାନ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପାରମ୍ପରିକ ରୀତିରେ ମୁଖ୍ୟ ଆୟୋଜକ ଶ୍ରୀଯୁକ୍ତ ମିଶ୍ର ,ଅତିଥି ମାନଙ୍କୁ ଚନ୍ଦନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଆତିଥ୍ୟ ସେବା ପ୍ରଦାନ କରି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ସଭାରେ ଶ୍ରୀଯୁକ୍ତ ମିଶ୍ରଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ