ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ହାଟଡ଼ିହି ଗ୍ରାମର ଯୁବ ଶିକ୍ଷକ ଅଶୋକ ପାତ୍ର(୪୨)ଙ୍କର ଅକାଳ ବିୟୋଗ ଘଟିଛି। ସେ ଶୁକ୍ରବାର ରାତି ବେଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବ ଶିକ୍ଷକଙ୍କର ଆଜି ସକାଳେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି। ମେଡିକାଲରୁ ପାର୍ଥିବ ଆସି ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବିଇଓ ଅଧିର କୁମାର ତରାଇ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁ ଚରଣ ଦାସ, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଶିକ୍ଷକ ନେତା ପ୍ରସନ୍ନ ରଥ, ସମାଜସେବୀ ହେମନ୍ତ ଜେନା, ଦେବେନ୍ଦ୍ର ଦାସ, ଲଳିତ ରାଉତ, ବିରେନ୍ଦ୍ର ନାୟକ, ରାଜେଶ ବାରିକ ପ୍ରମୁଖ ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାଛଡା ବିଧାୟକ ପ୍ରଫୁଲ୍ଲ ସାମଲ, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୁରୀ ସ୍ୱର୍ଗଦ୍ୱାର ଠାରେ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଛି।