ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମାଜସେବୀ ପ୍ରମୋଦ ଛୋଟରାୟ ଙ୍କୁ ମାନପତ୍ର ପ୍ରଦାନ।
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସ୍ଥିତ ଶ୍ରୀ ଶ୍ରୀ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ସାଂସ୍କୃତିକ ମେଲୋଡ଼ି କାର୍ଯ୍ୟକ୍ରମ କୋଣାର୍କ ମେଡ଼ିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ସଭାପତି ସୁଶାନ୍ତ କୁମାର ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାଦବ ସଂଘର ସଭାପତି ଗୋପାଳ ଚନ୍ଦ୍ର ବେହେରା, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ କମିଟି ଉପ ସଭାପତି ତଥା ୯ନମ୍ବର୍ୱାର୍ଡ କଂଗ୍ରେସ କାଉନସିଲର ପାର୍ଥି ସମାଜସେବୀ ପ୍ରମୋଦ କୁମାର ଛୋଟରାୟଙ୍କୁ ଉଲ୍ଲେଖନୀୟ ସହଯୋଗ ଓ ନିଶ୍ୱାର୍ଥପର କାର୍ଯ୍ୟ ସେବା ପାଇଁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମାନପତ୍ର ସହ ପୁଷ୍ପଗୁଛ ପ୍ରଦାନ କରି ସମ୍ବୋଧିତ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସ୍ବିଟି ସାହୁ, ଟାଉନ୍ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ଯୁବ ବ୍ୟବସାୟୀ ସଞ୍ଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।