ଆର. ଉଦୟଗିରି ପୂର୍ତ୍ତ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ମରୁଡି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ଆର,ଉଦୟଗିରି ପୂର୍ତ ବିଭାଗର ସବଡିଭିଜନ ଅଫିସରେ ଅଧିକାରୀଙ୍କ ସହ କର୍ମଚାରୀଙ୍କ ମରୁଡି ଦେଖା ଦେଇଛି. ଏଠାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି. ହେଲେ ସବୁକିଛି କାଗଜକଲମରେ ସୀମିତ ରହିଛି. ଠିକାଦାରଙ୍କ ମର୍ଜିରେ ବିଭାଗୀୟ କିଛି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ଠାରେ ପହଞ୍ଚିପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତିଯେ ଗତ 1 ବର୍ଷର ସମସ୍ତ କାର୍ଯ୍ୟକ୍ରମ ନେଇ ନିରପେକ୍ଷ ତଦନ୍ତ କଲେ ଏହି ସବଡିଭିଜନର ମହା ଦୁର୍ନୀତି ଲୋକଲୋଚନକୁ ଆସିପାରିବ. ଘଟଣାରୁ ପ୍ରକାଶ, ଏହି ସବଡିଭିଜନ ଅଫିସ ଅଧୀରେ ୩ଟି ସେକସନ ରହିଛି ସେ ଗୁଡିକ ହେଲା ରାମଗିରି, ଖଜୁରିପଦା ଓ ଆର.ଉଦୟଗିରି ସେକସନରେ ଜଣେ କନିଷ୍ଠ ଯନ୍ତ୍ରୀ ରହିଛି । ସେହିପରି ସଦ୍ଧିଭିଜନ ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀଙ୍କୁ ମଧ୍ଯ କିଛି ମାସ ହେଲାବଦଳି ହୋଇଯାଇଛି । ତାଙ୍କ ବଦଳରେ କିଏ ଯନ୍ତୀ ନ ଆସିବାରୁ ରାମଗିରି ସେକ୍ସନର କନିଷ୍ଠ ଯନ୍ତ୍ରୀ ସମସ୍ତ ଦାୟିବ ତୁଲାଇଆସୁଛନ୍ତି । ଏହି ଅଫିସରେ କୀରାଣି ଓ କେସିୟରଙ୍କ ପଦବୀ ମଧ୍ୟ ଦୀର୍ଘ ବର୍ଷ ଧରି ଖାଲି ପଡିଛି । ଏହି ସବଡିଭିଜନ ଅଫିସରେ ଛେଳିଗଡରୁ ରାମଗିରି, ରାମଗିରିରୁ ମଣ୍ଡଳସାହି ରାସ୍ତା କାମ, ଆର,ଉଦୟଗିରିରୁ ସମ୍ବଲପୁର, ଖଜୁରିପଦା ରୁନୁଆଗଡ, ନୂଆଗଡ ରୁ ସେରଙ୍ଗ, ଆର, ଉଦୟଗିରି ରୁ ରାମଗିରି ରାସ୍ତା କାମ ପରିମଳ ଆଦର୍ଶ, ଛେଳିଗଡ ଓ ମାଳବା ୫-ଟିରେ ବିଦ୍ୟାଳୟ ରୂପାନ୍ତରିତ କାମ ପୂର୍ତ ବିଭାଗ ଦ୍ଵାରା ଚାଲୁଛି । ଏହି କାମ ଗୁଡିକରେ ଭଗବାନଙ୍କ ଭରଷାରେ ସବୁ କାମ ଚାଲୁଛି । ଏହି ସମସ୍ତ କାମକୁ କିପରି ତଦାରଖ କରିପାରିବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି । ଏହିବିଭାଗରେ ଯେ ସବୁ ରାସ୍ତାକାମ ମରାମତି ଓ ଅନ୍ୟ କାମ ଗୁଡିବକୁ ଚାଲୁଛି ଯେଉଁ ଠିକାଦାରଙ୍କ ପିଚୁକାମ କରିବା ଅଭିଜ୍ଞତା ନଥିବା ଠିକାଦାର ମାନଙ୍କୁ କାମ କରିବାକୁ ଦିଆଯାଇଥିବା ଯୋଗୁଁ ରାସ୍ତା ମରାମତି କାମ ଅତିନିମ୍ନମାର ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆର, ଉଦୟଗିରି ପୂର୍ତ ବିଭାଗ ସବଡିଭିଜନ ଅଧୁନ ଏକ ବର୍ଷ ମଧ୍ଯ ଯେଉଁ ସବୁ କାମ କରାଯାଇଛି ସମସ୍ତ କାମ ଦୁର୍ନୀତି ବିଭାଗ ଦ୍ଵାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକ ଲୋଚନ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ