ସ୍ୱର୍ଗତ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି ଚାରଣ ଶୋଭା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,ସୁପ୍ରସିଦ୍ଧ ଲେଖକ, ଏକାଧାରରେ ସୁବକ୍ତା,ଭଜନ ଗାୟକ, ସାହିତ୍ୟିକ ସ୍ୱର୍ଗତ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ “ସ୍ମୃତି ଚାରଣ ଶୋଭା” ସ୍ଥାନୀୟ ଦଳୁଆ ସାହି ସ୍ଥିତ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତି,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ବିଜେଡ଼ି ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରେବତୀ ମହୋନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା,ବ୍ରହ୍ମପୁରର ପୂର୍ବତନ ଉପ ନଗରପାଳ ନିରଞ୍ଜନ ଜେନା,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ମନୋରଞ୍ଜନ ଦ୍ୟାନସାମନ୍ତରା,ଶିଶିର ପାଢ଼ୀ,କାମନା ପାଢ଼ୀ,ସୁରେଶ ପାଢ଼ୀ,ମହନ୍ତ ଚିନ୍ମୟାନନ୍ଦ ଦାସ,ଶ୍ରୀକାନ୍ତ ପାଢ଼ୀ,ସିଦ୍ଧାନ୍ତ ଗଙ୍ଗଦେବ,ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ବିନୋଦ ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଏନ୍.ରାଜେନ୍ଦ୍ର କୁମାର,ବରିଷ୍ଠ ବିଜେପି ନେତ୍ରୀ ଏସ୍.ରାଣୀ,ବରିଷ୍ଠ ବିଜେଡ଼ି ନେତ୍ରୀ ମମତା ବିଷୋୟୀ,ବରିଷ୍ଠ କଂଗ୍ରେସ ନେତ୍ରୀ ବନଜା ପଣ୍ଡା,ବ୍ରହ୍ମପୁର ଅଲ୍ ଇଣ୍ଡିଆ ରେଡ଼ିଓ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ,ବରିଷ୍ଠ ସମାଜସେବୀ ତ୍ରିନାଥ ମହାରଣା, କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ବାର୍ ଆସୋସିଏସନ୍ ସଦସ୍ୟ ପିତବାସ ପଣ୍ଡା,ବରିଷ୍ଠ ନେତା ଶିବ ସାହାଣୀ,ଗଞ୍ଜାମ ବାର୍ ଆସୋସିଏସନ୍ ପୂର୍ବତନ ସହ ସମ୍ପାଦକ ଜ୍ୟୋତି ପ୍ରସାଦ ଛୋଟରାୟ,ପ୍ରଦୀପ ପଣ୍ଡା,ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା,ଲକ୍ଷ୍ମୀ ବେଜ,ମନୋଜ ସାମଲ,ସୁଦୀପ ସାହୁ,ନିମାଇଁ ପଣ୍ଡା,ରଜତ ପଟ୍ଟନାୟକ,ଶିବ ପାଢ଼ୀ,କୁନାଲ ରଣା,ବିଘ୍ନରାଜ ମହାପାତ୍ର,ଗୋପାଳ ରେଡ଼ୀ,ଅଭିରାମ ପାତ୍ର,ସୂର୍ଯ୍ୟକାନ୍ତ ପାଠୀ ପ୍ରମୁଖଙ୍କ ସମେତ ସହରର ବହୁ ରାଜନେତା,ସମାଜସେବୀ,ସାମ୍ବାଦିକ,ବ୍ୟବସାୟୀ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ସ୍ୱର୍ଗତ ସତୀଶ ପାତ୍ରଙ୍କ ଜୀବନୀ ଉପରେ “ସ୍ମୃତି ଚାରଣ” କରିଥିଲେ । ସ୍ୱର୍ଗତ ପାତ୍ରଙ୍କ ବଡ଼ ପୁଅ ମନୋଜ କୁମାର ପାତ୍ର,ବଡ଼ ବୋହୂ ସ୍ୱରୂପା ପାତ୍ର,ସାନ ପୁଅ ମଦନ ମୋହନ ପାତ୍ର,ସାନ ବୋହୁ ମନୀଷା ପାତ୍ର,ଚାରି ଝିଅ,ଜ୍ୱାଇଁ,ସମସ୍ତ ନାତିନାତୁଣୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ