ମଦ୍ରାସା ଆରବିଆ ତାଲିମୁଲ ଇସଲାମରେ ଜାତୀୟ ଶିକ୍ଷା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ତାଲିମୁଲ ଆରବିଆ ଇସଲାମରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ପ୍ରୋଗ୍ରାମ ମ୍ୟାନେଜର (ସ୍କିଲ ଡେଭଲପମେଣ୍ଟ )ସେକ ଅବଦୁଲ ରହେମାନ, ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସେକ ଇଦ୍ରିସ ଅଲ୍ଲୀ, ସମ୍ମାନୀତ ଅତିଥି ଭାବେ ଇଛାପୁର ସାଧନକେନ୍ଦ୍ରର ସଂଯୋଜକ ବିଭୁପ୍ରସାଦ ନାୟକ, ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ସେକ ମହମ୍ମଦ ଇନାୟତ(ଚନ୍ଦନ), ତଳକୁସୁମା ଟିଜି ହାଇସ୍କୁଲର ବରିଷ୍ଠ ଶିକ୍ଷକ ମୀର ସମସୁଲ ହକ୍ ପ୍ରମୁଖ ଯୋଗଦେଇ ମୈାଲାନା ଅବୁଲ କଲାମ ଆଜାଦଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ । ମୈାଲାନା ଆଜାଦ ସ୍ୱାଦୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ । ସେ ଶିକ୍ଷାମନ୍ତ୍ରୀ ଥିବା ସମୟରେ କାନପୁର ଆଇ.ଆଇ.ଟି. ୟୁଜିସି ବୋର୍ଡର ସ୍ଥାପନା କରିଥିଲେ । ସେ ଭାରତ ରତ୍ନ ପୁରସ୍କାର ପାଇଥିଲେ । ତାଙ୍କ ଜନ୍ମଦିବସକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଅଛି । ମଦ୍ରାସାର ଦୁଇଜଣ ଛାତ୍ରୀ ନଗମା ବେଗମ ଓ ମୁସକାନ ପରୱିନ ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳି ଥିବାରୁ ସେହି ଦୁଇଜଣଙ୍କୁ ପୁରସ୍କୃତ କରାଯାଇଥିଲା ।


