ଗୌରୀଆମ୍ମାଙ୍କ ବାର୍ଷିକ ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ପୋଲସରା ସହରରେ ଦୀର୍ଘ ବର୍ଷ ଧରି ପରମ୍ପରା ଅନୁସାରେ ପ୍ରତି ପାଞ୍ଚବର୍ଷରେ ଥରେ ଏକ ମାସ ଧରି ବହୁ ଆଡ଼ମ୍ବର ସହ ଶ୍ରୀଶ୍ରୀ ଗୌରୀଆମ୍ମା ଯାତ୍ରା ପାଳନ ହୋଇଥାଏ ଏବଂ ପ୍ରତିବର୍ଷ ଶ୍ରୀଶ୍ରୀ ଗୌରୀଆମ୍ମାଙ୍କ ବାର୍ଷିକ ଉତ୍ସବ ରିତିନିତୀ ଅନୁଯାୟୀ ପାଳନ ହୋଇଥାଏ । ଗୌରୀଆମ୍ମା ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ପ୍ରକାରେ ଚଳିତବର୍ଷ ଗୌରୀଆମ୍ମାଙ୍କ ବାର୍ଷିକ ଉତ୍ସବ ଦୁଇଦିନ ଧରି ନଗର ପରିକ୍ରମା ମାଧ୍ୟମରେ ଅନୁଷ୍ଠିତ ହେବ । ଏନେଇ ବୁଧବାର ପ୍ରଥମ ପର୍ଯ୍ୟାୟରେ ମାଁ ରତନୀ ମହାମାୟୀ ମନ୍ଦିରରୁ ଶ୍ରୀଶ୍ରୀ ଗୌରୀଆମ୍ମାଙ୍କୁ ଶ୍ରଦ୍ଧା ପୂର୍ବକ ଡେରା ସଂପ୍ରଦାୟର ଲୋକଙ୍କ ଦ୍ୱାରା ବିଧିପୂର୍ବକ ପୂଜାର୍ଚ୍ଚନାରେ ପ୍ରଥମେ ପୁରୁଣା ଥାନାଫାଣ୍ଡି ଛକରେ ଥିବା ନିଜ ବାପଘର ଲିଙ୍ଗୁ ଆଚାରୀଙ୍କ ଘର ସମ୍ମୁଖରେ ପହଞ୍ଚି ସନ୍ଧ୍ୟା ଆଳତୀ ମାଧ୍ୟମରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ପରେ କମିଟିଙ୍କ ପୂର୍ବ ପ୍ରସ୍ତୁତି କାର୍ଯ୍ୟସୂଚୀ ଅନୁସାରେ ଘଣ୍ଟ ଘଣ୍ଟା ମୃଦଙ୍ଗ ଶଙ୍ଖ ଓ ଢୋଲବାଜା ହରିବୋଲ ହୁଳହୁଳିରେ ପ୍ରକମ୍ପିତରେ ପ୍ରତେଟି ସାହିକୁ ସାହି ନଗର ଭ୍ରମଣ କରିଥିଲେ ଗୌରୀଆମ୍ମା । ଏନେଇ ପୋଲସରା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପୋଲସରା ପୋଲିସ ଆଇଆଇସି କୌଶିକ୍ ମାଝୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ